Latest Odisha News

BREAKING NEWS

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ

ମୟୁରଭଞ୍ଜ: ରାଜ୍ୟରେ ମାତିଛନ୍ତି ଶିକାରୀ । ଦିନ କୁ ଦିନ ଅସୁରକ୍ଷିତ ହୋଇପଡୁଛି ଶିମିଳିପାଳ । ଶିମିଳିପାଳ ପାଦ ଦେଶରୁ ପୁଣି ହାତୀ ଦାନ୍ତ ଜବତ ସହ ୪ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ହାତୀ ଦାନ୍ତ ଡିଲ ଚାଲିଥିବା ବେଳେ ବନବିଭାଗ ଚଢଉ କରି ୪ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ ।

ସୂଚନା ଅନୁସାରେ, ହାତୀ ଦାନ୍ତ ଡିଲ ନେଇ ବିଶେଷ ସୁତ୍ରରୁ ଖବର ପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଖବର ପାଇବା ପରେ ଚମ୍ପାଝର ଗ୍ରାମପଞ୍ଚାୟତର ଦିଲଗଞ୍ଜ ଅଞ୍ଚଳରେ ଠାକୁରମୁଣ୍ଡା, କରଞ୍ଜିଆ ଏବଂ ସାତକୋଶିଆର ବନ କର୍ମଚାରୀ ମିଳିତ ଭାବେ ଚଢଉ କରିଥିଲେ । ଚଢଉ ବେଳେ ଦୁଇଟି ହାତୀଦାନ୍ତ ସହ ୩ଟି ବାଇକ ଜବତ କରିଛି । ଘଟଣାସ୍ଥଳରୁ ୨ଜଣ ଫେରାର ହୋଇଯାଇଥିବା ବେଳେ ୪ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

Leave A Reply

Your email address will not be published.