Latest Odisha News

BREAKING NEWS

ମହିଳା ଲିଗ ଫୁଟବଲ: ସେଲଟିକ କୁଇନ୍ସକୁ ହରାଇ କ୍ୱାର୍ଟରରେ ଓଡିଶା ଏଫସି

ଅହମ୍ମଦାବାଦ: ଚଳ ିତ ମହିଳା ଲିଗ ଫୁଟବଲରେ ଓଡିଶା ଏଫସି ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଶାହୀବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚର ସେଲଟିକ କ୍ୟୁଇନ୍ସକୁ ୩-୦ ଗୋଲରେ ହରାଇ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଗ୍ରୁପ ବି ୬ ମ୍ୟାଚରେ ୫ ବିଜୟ ହାସଲ କରି ଓଡିଶା ଏଫସି ୧୫ ପଂଏଟ ହାସଲ କରିଛି । ସେଥୁ ଟିମ ଓଡିଶାଠାରୁ ୧ ପଂଏଟ ଅଧିକ ପାଇ ପ୍ରଥମ ସ୍ଥାନରେ ରହିଛି । ମେ ୧୩ରେ ଓଡିଶା ତାର ଶେଷ ଲିଗ ମ୍ୟାଚରେ ସେଥୁକୁ ଭେଟିବ । ଘାନାର ଫାଉଷ୍ଟିନା ଆକପୋ ତୃତୀୟ ମିନିଟରେ ଗୋଲ ସ୍କୋର କରି ଓଡିଶାକୁ ୧-୦ରେ ଅଗ୍ରଣୀ କରାଇଥିଲେ । ବାନ୍ୟା କବିରା ଓ ଏସ ଲ୍ୟାଣ୍ଡା କୋମ ଆଉ ୨ଟି ଗୋଲ କରିବା ଫଳରେ ଓଡିଶା ୩-୦ରେ ବିଜୟୀ ହୋଇଥିଲା ।

ସେଲଟିକ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲେ । ଓଡିଶା ଏଫସି ରକ୍ଷାପନ୍ଥୀଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ରହିଥିଲା । ଅଞ୍ଜୁ ତମାଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସ୍ପୋର୍ଟ୍ସ ଓଡିଶା ୨-୧ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି । ୬ଟି ମ୍ୟାଚରେ ଦଳ ୪ଟିରେ ବିଜୟୀ ହୋଇ ତୃତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.