Latest Odisha News

BREAKING NEWS

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଓଡିଶା ପକ୍ଷରୁ ୬ଜଣ ଖେଳାଳି ଗୋଲ ସ୍କୋର କରିଥିଲେ । ସିଆରପିଏଫ ଟିମ ଗୋଟିଏ ବି ଗୋଲ କରିବା ସୁଯୋଗ ପାଇ ନ ଥିଲା । ୧୯ତମ ମିନିଟରେ ଗ୍ରେସ ଗୋଲ ସ୍କୋର କରି ବିଜୟ ଅଭିଯାନ ଆରମ୍ଭ କରିଥିଲେ ।

ଏହା ପରେ ବ୍ରାଜିଲର ସିନ୍ଥଆ ମାର୍କୋନେଡେସ, ଘାନାର ଫାଉଷ୍ଟିନା ୱରୱରାନ୍ୟ ଆକପୋ ଗୋଲ କରି ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ । ଲାୟଣ୍ଡା, ଏନ.ବାଲାଦେବୀ ଓ ଯଶୋଦା ବାକି ୩ଟି ଗୋଲ ଦ୍ୱିତୀୟାର୍ଦ୍ଧରେ ଦେଇଥିଲେ । ଏପ୍ରିଲ ୩୦ରେ ଓଡିଶା ତାର ପରବର୍ତୀ ମୁକାବିଲାରେ କିକଷ୍ଟାର୍ଟକୁ ଭେଟିବ । ଟ୍ରାନ୍ସଷ୍ଟାଡିଆ ଓ ଶାହିବାଗ ପୋଲିସ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ଦିନ ୪ଟି ଲେଖାଁଏ ମ୍ୟାଚ ଆୟୋଜିତ ହେବ ।

Leave A Reply

Your email address will not be published.