Latest Odisha News

BREAKING NEWS

ଜାନୁଆରୀ ୮ ରେ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି, ବେରୋଜଗାରୀ ତଥା ନାଗରିକତା ସଂଶୋଧନ ଆଇନ ଆଦିକୁ ’ପ୍ରତିବାଦ କରି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼ ୟୁନିଅନ ।

ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସଇଡବ୍ଲ୍ୟୁଏ, ଏଆଇସିସିଟିୟୁ, ଏଲପିଏଫ, ୟୁଟିୟୁସି ଭଲି ୧୦ ଟି ଟ୍ରେଡ଼ ୟୁନିଅନ ସହ ଦେଶର ଅନେକ ସଙ୍ଘ ଏହି ଦିନିକିଆ ବନ୍ଦରେ ସାମିଲ ହେବା ନେଇ ଜଣାପଡିଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ କଂଗ୍ରେସ ଭବନ ଠାରେ ବୈଠକ ପରେ ‘ଏଆଇଟିୟୁସି’ର୍ ଜାତୀୟ ସଭାପତି ରାମକୃଷ୍ଣ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଭାରତ ବନ୍ଦକୁ ପିସିସି ସଭାପତି ସମ୍ପୂର୍ଣ୍ଣ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଉଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ପରୀକ୍ଷା ଓ ଦୁଗ୍ଧ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି । ଏହାଛଡା ସମସ୍ତ ଔଷଧ ଦୋକାନ ଗୁଡିକ ମଧ୍ୟ ଖୋଲା ରହିପାରିବ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.