Latest Odisha News

BREAKING NEWS

ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଜେ.ପି ନଡ୍ଡା

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ଜେ.ପି ନଡ୍ଡା । ନିକଟରେ ଜେ.ପି ନଡ୍ଡା ଗୁଜୁରାଟ ରାଜ୍ୟସଭାରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ ।

ନଡ୍ଡା ସେହି ୫୭ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହୋଇଥିଲା । ଏବେ ସେ ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଛନ୍ତି । ଏଥର ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ଲଢୁଛି । ବିଜେପିର ଅଧ୍ୟକ୍ଷ ଭାବରେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

Leave A Reply

Your email address will not be published.