Latest Odisha News

ବିଶ୍ୱ ସ୍ବାସ୍ଥ୍ୟ ଦିବସ: ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସଓଡିଏଲର ପ୍ରୟାସ

ବ୍ରହ୍ମପୁର: ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ । ଏହି ଅବସରରେ ବ୍ରହ୍ମପୁର ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଛି ଟିପିଏସଓଡିଏଲ୍ । ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଚଳିତ ବର୍ଷର ଥିମ୍ ରହିଛି “ମାଇଁ ହେଲଥ, ମାଇଁ ରାଇଟ୍” ତଥା ‘ମୋ ସ୍ବାସ୍ଥ୍ୟ, ମୋ ଅଧିକାର’ । ଏହି ଆଧାରରେ ଦକ୍ଷିଣ ଓଡ଼ିଶାର ଲୋକଙ୍କ ତଥା କମ୍ପାନୀର କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରଚେଷ୍ଟା କରୁଛି ।

କର୍ପୋରେଟ ସାମାଜିକ ଦାୟିତ୍ଵ ପଦକ୍ଷେପ ମାଧ୍ୟମରେ ଟିପିଏସଓଡିଏଲ୍ ଗ୍ରାମୀଣ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ସେବା ପ୍ରଦାନ କରୁଛି। ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ତଥା ଗ୍ରାମୀଣ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ମୌଳିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଏହି ପଦେକ୍ଷପର ମୁଖ୍ୟ ଉଦ୍ଦେଶ୍ୟ । ବୌଦ୍ଧ ଏବଂ ଜୟପୁରରେ ଟିପିଏସଓଡିଏଲର ଦୁଇଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଛି । ପ୍ରତ୍ୟେକ ୟୁନିଟରେ ଜଣେ ଏମବିବିଏସ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଜଣେ ନର୍ସ କାମ କରନ୍ତି। ଏହି ପଦକ୍ଷେପ ମାଧ୍ୟମରେ ୪୪୯ ଗ୍ରାମ ପଞ୍ଚାୟତ ଓ ୯୯୨ ଗ୍ରାମର ଦୁଇ ଲକ୍ଷରୁ ଅଧିକ ଲୋକ ମୌଳିକ ସ୍ବାସ୍ଥ୍ୟ ସୁବିଧା ପାଉଛନ୍ତି।

ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ ଦ୍ୱାରା ମାଗଣାରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ସହ ଆବଶ୍ୟକୀୟ ଚିକିତ୍ସା ଏବଂ ଔଷଧ ବିତରଣ କରାଯାଉଛି। ରବିବାର ଏବଂ ଛୁଟି ଦିନ ବ୍ୟତୀତ ପ୍ରତି ମାସରେ ୨୪ ଦିନ ଏହି ସ୍ବାସ୍ଥ୍ୟ ଶିବିରରେ ଡାକ୍ତରୀ ଯାଞ୍ଚ ସହ ମାଗଣା ଔଷଧ ବଣ୍ଟନ କରାଯାଏ। ମୁଖ୍ୟତଃ ବୃଦ୍ଧ, ମହିଳା ଏବଂ ଶିଶୁଙ୍କୁ ଏହି ଚିକିତ୍ସା ଶିବିରରେ ପ୍ରାଥମିକତା ଦିଆଯାଏ । ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ଗୁରୁତ୍ବ ଦେଇ ଟିପିଏସଓଡିଏଲ୍ ଦକ୍ଷିଣ ଓଡ଼ିଶାର ଲୋକଙ୍କ ଜୀବନର ଗୁଣାତ୍ମକ ମାନ ବଢ଼ାଇବା ସହ ସାମାଜିକ କଲ୍ୟାଣ କ୍ଷେତ୍ରରେ ଏକ ଉଦାହରଣ ସାଜିଛି।

Leave A Reply

Your email address will not be published.