Latest Odisha News

BREAKING NEWS

ନଡ୍ଡାଙ୍କ ନେତ୍ୱତ୍ୱରେ ୨୦୨୪ ମହାସମର ଲଢିବ ବିଜେପି

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢିଲା ।  ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାୟିତ୍ୱରେ ରହିବେ । ନଡ୍ଡାଙ୍କ ଦାୟିତ୍ୱରେ ବିଜେପି ୨୦୨୪ ମହାସମର ଲଢିବ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଏପରି ସୂଚନା ଦିଆଯାଇଛି ।

ନଡ୍ଡାଙ୍କ ୩ ବର୍ଷୀୟା କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେଉଥିଲା । ଗୃହମନ୍ତ୍ରୀ ଅମିତ ଶାହ ସୂଚନାଦେଇ କହିଛନ୍ତି, ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ଯାଏ ବୃଦ୍ଧି ପାଇଛି । ଅମିତ ଶାହ ମୋଦିଙ୍କ ୨ୟ ଟର୍ମରେ ଗୃହମନ୍ତ୍ରୀ ପଦବୀ ନେବା ପରା ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ।

ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ନେତୃବୃନ୍ଦ ଏପରି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ବିଜେପି ନଡ୍ଡାଙ୍କ  ନେତ୍ୱତ୍ୱରେ ଲଢିବ ବୋଲି ସ୍ଥିର କରିଛି ।  । ୨୦୨୪ ନିର୍ବାଚନରେ ବିଜେପି ୧୬୦ ଲୋଭସଭା ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ।   ହାଟ୍ରିକ ମାରିବା ଲକ୍ଷ୍ୟ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରୁଛି ।

୨୪ ନିର୍ବାଚନକୁ ଆଖିରେ ରଖି ବିଜେପି ରୋଡମ୍ୟାପ ଆରମ୍ଭ କରିଛି । ଏ ନେଇ ନୂଆଦିଲ୍ଲୀରେ ଚାଲିଥିବା କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍‌ପତ୍ତି ନିଆଯାଇଥିବା ଜଣାଯାଇଛି । ବିଶେଷକରି ଏସସି, ଏସଟି, ଓବିସି ଭୋଟ ହାତେଇବା ଲକ୍ଷ୍ୟ ରଖିଛି ଦଳ । ସେଥିପାଇ: ଏହି ବର୍ଗର ପ୍ରାର୍ଥୀଙ୍କୁ  ଟିକେଟ ଦେବା ଉପରେ ଗୁରୁତ୍ୱ ଦେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.