Latest Odisha News

ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ଖାଦ୍ୟ ତିଆରି କଲେ ଶାଶୂ

ଆନ୍ଧ୍ରପ୍ରଦେଶ : ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପୂର୍ବ ହେଉ କି ପଶ୍ଚିମ କିମ୍ବା ଉତ୍ତର ହେଉ କି ଦକ୍ଷିଣ  । ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା କରିଥା’ନ୍ତି। ଅନ୍ୟ କୌଣସି ସମ୍ପର୍କୀୟଙ୍କ ତୁଳନାରେ ଶଶୁରଘରେ ଜ୍ୱାଇଁଙ୍କର ଏକ ବିଶେଷ ସ୍ଥାନ ରହିଛି।

ନିକଟରେ  ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରୁ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଜ୍ୱାଇଁଙ୍କ ସ୍ବାଗତ ସତ୍କାରରେ ୧୭୩ ପ୍ରକାରର ଖାଦ୍ୟ ପରଷା ଯାଇଥିଲା। ସୂଚନା ଅନୁଯାୟୀ, ଜିଲ୍ଲାର ଭୀମରବରମରେ ରହୁଥିବା ଜଣେ ବ୍ୟବସାୟୀ ଟାଟାବର୍ତୀ ବଦ୍ରି ତାଙ୍କର ହାଇଦ୍ରାବାଦ ବାସିନ୍ଦା ଜ୍ୱାଇଁ ଚାୱଲା ପୃଥ୍ବୀଗୁପ୍ତ ଏବଂ ଝିଅ ଶ୍ରୀ ହରିକାଙ୍କୁ ସଂକ୍ରାନ୍ତି ପର୍ବ ଅବସରରେ ନିମନ୍ତ୍ରଣ କରିଥିଲେ । ଏବଂ ଘରେ ସେମାନଙ୍କ ପାଇଁ ୧୭୩ପ୍ରକାରର ଖାଦ୍ୟ ତିଆରି କରିଥିଲେ। ଜ୍ବାଇଁ ପାଇଁ ପ୍ରସ୍ତୁତ ହୋଇଥିବା ବିଶେଷ ଖାଦ୍ୟଗୁଡ଼ିକ ମଧ୍ୟରେ ବାଜୀ, ପୁରୀ, କଲରା, ହାଲୱା, ପାପଡ, ଆଚାର, ମିଠା , ଥଣ୍ଡା ପାନୀୟ ଏବଂ ଗୋଲି ସୋଡା ଇତ୍ୟାଦି।

ଏହି ସମସ୍ତ ଖାଦ୍ୟ ତିଆରି କରିବା ପାଇଁ ଶାଶୂ ସନ୍ଧ୍ୟାଙ୍କୁ ୪ଦିନ ସମୟ ଲାଗିଥିଲା। ତେବେ ଏଭଳି ଆତିଥ୍ୟ ପାଇ ଝିଅ ଜ୍ୱାଇଁଙ୍କ ମନରେ ଖୁସି କହିଲେ ନ ସରେ। ଅନ୍ୟପଟେ ଝିଅ ଶ୍ରୀହରିକା ଓ ଜ୍ୱାଇଁ ଚାଓ୍ବଲା ଗତ ୨ବର୍ଷ ଧରି କରୋନା ପ୍ରତିବନ୍ଧକ କାରଣରୁ ଘରକୁ ଆସି ନ ଥିଲେ। ତେଣୁ ତାଙ୍କ ସହ ସଂକ୍ରାନ୍ତି ପର୍ବ ପାଳନ କରାଯାଇପାରି ନ ଥିଲା। ହେଲେ ଚଳିତ ବର୍ଷ ଆମେ ଏକାଠି ପର୍ବ ପାଳନ କରିଛୁ ବୋଲି ବଦ୍ରି କହିଛନ୍ତି।

 

Leave A Reply

Your email address will not be published.