Latest Odisha News

BREAKING NEWS

ସୋଆର ସବୁ କ୍ୟାମ୍ପସରେ ଆରମ୍ଭ ହେବ ‘ଜାଗୋ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବସ୍ତିରେ ରହୁଥିବା କୁନି କୁନି ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିବା ଦାୟିତ୍ୱ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଛାତ୍ରଛାତ୍ରୀମାନେ ଆରମ୍ଭ କରିଥିବା ‘ଜାଗୋ’ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ସମସ୍ତ କ୍ୟାମ୍ପସ୍କୁ ପ୍ରସାରିତ ହେବାକୁ ଲାଗିଛି । ସବୁ କ୍ୟାମ୍ପସ୍ ନିକଟବର୍ତ୍ତୀ ବସ୍ତି ଅଂଚଳର ପିଲାମାନଙ୍କୁ ଜାଗୋରେ ସାମିଲ କରାଯିବ ।

ଜାଗୋ ପ୍ରଥମେ କ୍ୟାମ୍ପସ୍ ୱାନରେ ଆରମ୍ଭ ହୋଇଥିବା ବେଳେ ଏବେ କ୍ୟାମ୍ପସ୍ ଫୋର୍କୁ ପରିବ୍ୟାପ୍ତ ହୋଇଛି । ତେବେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ‘ଜାଗୋ କ୍ୟାମ୍ପସ’ ଟୁ ଓ ଥ୍ରୀରେ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ । ପ୍ରଫେସର ଦାସ ‘ଜାଗୋ ଟାଲେଂଟ ହଣ୍ଟ’ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଏହି ବିଷୟ ପ୍ରକାଶ କରିଥିଲେ । ଏଥିରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ଯୋଗ ଦେଇଥିଲେ ।

‘ବିଶ୍ୱ ଆନନ୍ଦ ଦିବସ’ ଅବସରରେ ଆୟୋଜିତ ସୋଆ ଟ୍ୟାଲେଣ୍ଟ୍ ହଣ୍ଟ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମଥର ପାଇଁ ଏଭଳି ଜାଗୋ ଟ୍ୟାଲେଣ୍ଟ୍ ହଣ୍ଟ୍ ଆୟୋଜନ କରାଯାଇଥିଲା । ବକ୍ତୃତା, ସଂଗୀତ, କବିତା, ଗ୍ରୁପ୍ ଡିସ୍କସନ୍, ରଚନା, ଚିତ୍ରାଙ୍କନ, କୁଇଜ୍ ଏବଂ ଆଙ୍କରିଂ ପ୍ରଭୃତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ୪ ଭାଗରେ ବିଭକ୍ତ କରାଯାଇଥିଲା ।

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କ ବ୍ୟତୀତ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ଏବଂ ଜାଗୋ ସଂଯୋଜକ ଅନୀତା ପଣ୍ଡା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.