Latest Odisha News

BREAKING NEWS

ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଲେ ଜଷ୍ଟିସ୍ ପିନାକି ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପିନାକି ଚନ୍ଦ୍ର ଘୋଷ ।

ରାଷ୍ଟ୍ରପତିଙ୍କ ଭବନରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ଜଷ୍ଟିସ ଘୋଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟରେ ସଦସ୍ୟ ଭାବେ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ, ଜଷ୍ଟିସ୍ ଅଭିଲାଷା କୁମାରୀ, ଜଷ୍ଟିସ୍ ଦିଲୀପ ବି. ଭୋଷଲେ ଓ ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି ସାମିଲ ଅଛନ୍ତି । ସେହିପରି ନନ୍ ଜୁଡିସିଆଲ୍ ସଦସ୍ୟ ହେଲେ ଦିନେଶ କୁମାର ଜୈନ, ଅର୍ଜନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଇନ୍ଦ୍ରଜିତ ପ୍ରସାଦ ଗୌତମ ।

ଜଷ୍ଟିସ୍ ପି.ସି ଘୋଷ ୨୦୧୭ ମସିହା ମେ ମାସରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ପରବର୍ତ୍ତ ସମୟରେ ସେ ୨୦୧୭ ମସିହା ଜୁନ୍ ମାସରୁ ମାନବଧିକାର କମିଶନର ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ କେଲକାତା ହାଇକୋର୍ଟର ବିଚାରପତି ଓ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଜଷ୍ଟିସ ପି.ସି ଘୋଷଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

• ଜୟଲଳିତାଙ୍କ ବିରୋଧରେ ଆସିଥିବା ଆୟ ବର୍ହିଭୂତ ସମ୍ପତି ମାମଲାରେ ଶଶିକଳାଙ୍କ ସହିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତଳ ଅଦଲାତର ରାୟକୁ ସଂରକ୍ଷିତ ରଖିଥିଲେ ଜଷ୍ଟିସ୍ ଘୋଷ ।

• ଜଷ୍ଟିସ୍ ରାଧାକୃଷ୍ଣଙ୍କ ପୀଠରେ ରହି ଜଲ୍ଲିକାଟ୍ଟୁ ପରି ପରମ୍ପରାକୁ ହିଂସା ମାନିବା ସହ ଏଥିରେ ରୋକ ଲଗାଇଥିଲେ।

• ଅଯୋଧ୍ୟା ବିବାଦ ମାମଲାରେ ଜଷ୍ଟିସ ରୋହିଁନ ନରିମନ ବେଂଚରେ ରହି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ୍ ଆଡ଼ଭାଣୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହ ଓ ଅନ୍ୟ ନେତାଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ରର ଧାରା ଲଗାଇବାକୁ ତଳ ଅଦାଲତକୁ ନିଦ୍ଦେଶ ଦେଇଥିଲେ ।

• ସରକାରୀ ବିଜ୍ଞପ୍ତି ଉପରେ ମଧ୍ୟ ନିଷ୍ପତି ନେଉଥିବା ବିଭାଗର  ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ ।

• ଜିଷ୍ଟିସ୍. ପିସି ଘୋଷ ଓ ଚିଫ ଜଷ୍ଟିସ ଏଚ.ଏଲ ସତୁ ଓ ଜଷ୍ଟିସ କଲୀଫୁକ୍ଲାଙ୍କ ସେହି ପୀଠର ମଧ୍ୟ ସଦସ୍ୟ ଥିଲେ, ଯେଉଁ ମାନେ ନିର୍ଣ୍ଣୟ କରିଥିଲେ ଯେ ସିବିଆଇ ପକ୍ଷରୁ ଅଭିଯୋଗ ଆସିଥିବା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ସଜ୍ଜା ଓ କ୍ଷମା ଦେବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ ।

 

Leave A Reply

Your email address will not be published.