Latest Odisha News

BREAKING NEWS

ପ୍ରେମିକାକୁ ହତ୍ୟା ପରେ ୧୧ ଦିନ ଯାଏ ୫ ରାଜ୍ୟରେ ବୁଲୁଥିଲା ପ୍ରେମିକ

ଭୋପାଳ: ରିସର୍ଟରେ ପ୍ରେମିକାକୁ ହତ୍ୟା ପରେ ନିର୍ଭୟରେ ବାହାରେ ବୁଲୁଥିଲା ପ୍ରେମିକ । ହତ୍ୟା ପରେ ପ୍ରେମିକା ଏଟିଏମ୍ କାର୍ଡ ସହ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରୁଥିଲା । ବାରମ୍ବାର ସ୍ଥାନ ବଦଳାଇ ପୋଲିସକୁ ଚକମା ଦେଉଥିଲା ଅଭିଯୁକ୍ତ ପ୍ରେମିକ । ଶେଷରେ ଏଟିଏମ୍ କାର୍ଡରୁ ଟଙ୍କା ଉଠାଣ ଲୋକେସନକୁ ଟ୍ରାକ୍ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଗତ ନଭେମ୍ବର ୮ ତାରିଖରେ ମଧ୍ୟପ୍ରଦେଶର ଜବଲପୁରର ତିଲୱାଲାଘାଟ ଥାନା ଅନ୍ତର୍ଗତ ରିସର୍ଟରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଯୁବତୀଙ୍କ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଆସି ରିସର୍ଟରେ ରହିଥିଲେ । କିନ୍ତୁ ଯୁବତୀଙ୍କୁ ହୋଟେଲରୁ ରୁମରେ ଛାଡ଼ି ପଳାଇଥିଲେ ପ୍ରେମିକ । କିଛି ଘଣ୍ଟା ଯିବା ପରେ ଯୁବତୀ ରୁମରୁ ବାହାରି ନଥିଲେ । ଯାହାକୁ ନେଇ ସନ୍ଦେହ ବଢ଼ିବାରୁ ପୋଲିସକୁ ଖବର ଦେଇଥିଲେ ରସର୍ଟ କର୍ମଚାରୀ । ପୋଲିସ ପହଞ୍ଚି ଦେଖେ ତ ରୁମ୍ ସାରା ରକ୍ତ ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ହେମନ୍ତ ବିଭିନ୍ନ ରାଜ୍ୟ ବୁଲୁଥିଲା । ଏପରିକି ଯୁବତୀଙ୍କୁ ହତ୍ୟା ନେଇ ଯୁବତୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ପୋଷ୍ଟ ପରେ ଡିଲିଟ୍ କରିଥିଲା । ଏପରିକି ରିସର୍ଟରେ ରହିବା ଲାଗି ଅଭିଜିତ ନାଁରେ ନକଲି ପରିଚୟ ପତ୍ର ଦେଇଥିଲା ହେମନ୍ତ । ହତ୍ୟା ପରେ ଯୁବତୀଙ୍କ ଏଟିଏମରୁ ଲକ୍ଷେ ୫୨ ହଜାର ଟଙ୍କା ଉଠାଇ ଥିଲା ।

ଆଉ ସେହି ଏଟିଏମ୍ ଲୋକେସନକୁ ଟ୍ରେସ୍ କରି ପୋଲିସ ହେମନ୍ତକୁ ଗିରଫ କରିଥିଲା । ହତ୍ୟା ପରେ ଅଭିଯୁକ୍ତ ଛତିଶଗଡ଼ର ରାୟପୁର ପରେ ମହାରାଷ୍ଟ୍ରର ନାଗପୁର, ହିମାଚଳ, ଚଣ୍ଡିଗଡ଼ ପରେ ଆଜମେର ପହଞ୍ଚିଥିଲା । ଆଜମେରରେ ଏଟିଏମରୁ ଟଙ୍କା ଉଠାଣ ପରେ ପୋଲିସ ସିରୋହିରୁ ଅଭିଯୁକ୍ତକୁ ବସରୁ ଗିରଫ କରିଥିଲା ।

Leave A Reply

Your email address will not be published.