Latest Odisha News

BREAKING NEWS

ବ୍ଲୁ ଟିକ୍‌ ପାଇବା ପରେ ଏଲନମସ୍କଙ୍କ ପାଇଁ ଗୀତ ଗାଇଲେ ବିଗ୍‌ ବି ଅମିତାଭ  

ଭୁବନେଶ୍ୱର : ରାତି ଅଧରେ ହଟିଯାଇଥିଲା ବଡ଼ବଡ଼ିଆଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁଟିକ୍‌ । ଆଉ ଏହାକୁ ନେଇ ସମସ୍ତେ ବିବ୍ରତ ହୋଇପଡ଼ିଥିଲେ । ସମସ୍ତଙ୍କ ଠାରୁ ଅଧିକ ବ୍ୟତିବ୍ୟସ୍ତ ହୋଇଥିଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ବ୍ଲୁ ଟିକ୍‌ ପାଇବା ପରେ ଖୁସିରେ ଗୀତ ଗାଇବାକୁ ଲାଗିଲେ ବିଗ୍‌ ଭି ।

ଗତକାଲି ରାତି ଅଧରେ ଭାରତୀୟ ସେଲିବ୍ରେଟି ଶାହାରୁଖ ଖାନ, ସଲମାନ ଖାନ, ହ୍ରିତିକ ରୋସନ, ପରିଣିତି ଚୋପ୍ରା, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ଅଜୟ ଦେବଗନ, ଅମିତାଭ ବଚ୍ଚନ ଓ ଅନ୍ୟମାନେ ବ୍ଲୁଟିକ୍‌ ହରାଇଥିଲେ । ସେହିପରି ରାଜନୀତିରୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଥିଲେ । କମ୍ପାନୀ ପ୍ରଥମେ ଏପ୍ରିଲ ୧ରେ ଲିଗାସି ବ୍ଲୁ ଟିକକୁ ହଟାଇବା ପାଇଁ ଯୋଜନା କରିଥିଲା, କିନ୍ତୁ ଏହି ପରିବର୍ତ୍ତନ ବଛା ବଛା ଆକାଉଣ୍ଟରେ ଲାଗୁ ହୋଇଥିଲା। କିନ୍ତୁ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଟ୍ୱିଟର ସମସ୍ତ ଆକାଉଣ୍ଟରୁ ଲିଗାସି ଭେରିଫାଏଡ୍ ବ୍ଲୁ ଟିକ୍ ହଟାଇ ଦେଇଛି ।

ତେବେ ଏହି ବ୍ଲୁଟିକ୍‌ ହଟିବା ନେଇ ବଲିଉଡ ସୁପରଷ୍ଟାର ଅଧିକ ଚିନ୍ତିତ ହୋଇପଡ଼ିଥିଲେ । ଆଉ ନିଜ ଆାକାଉଣ୍ଟରେ ବ୍ଲୁଟିକ୍‌ ଦେବା ପାଇଁ ଟ୍ୱିଟର ସିଇଓଙ୍କୁ ଟ୍ୱିଟ୍‌ ଯୋଗେ ଅନୁରୋଧ କରିଥିଲେ । ପରେ ତାଙ୍କୁ ବ୍ଲୁଟିକ୍‌ ମିଳିବା ପରେ ସେ ଖୁସିରେ ଟ୍ୱିଟ୍‌ କରି କହିଛନ୍ତି ଯେ ‘‘ ଏଲନମସ୍କ ଭାଇ ବହୁତ୍‌ ବହୁତ୍‌ ଧନ୍ୟବାଦ ବ୍ଲୁଟିକ୍‌ ଦେବାପାଇଁ, ଏବେ ମୋର ଗୀତ ଗାଇବାକୁ ମନ ହେଉଛି । ତେବେ ଶୁଣ, ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ… ତୁ ଚିଜ୍‌ ବଡ଼ି ହେ ମସ୍କ ମସ୍କ…..’’  । ବିଗ୍‌ ବିଙ୍କ ଏହି ଟ୍ୱିଟ୍‌ କୁ ଏକ ମିଲିୟନରୁ ଅଧିକ ଲୋକ ଦେଖିଥିବା ବେଳେ  ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି  ।

 

 

 

Leave A Reply

Your email address will not be published.