Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ହେଲେ ଏହି ବ୍ୟକ୍ତି…

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପାଖରେ ଆଉ ନାହିଁ ଏସିଆର ସର୍ବବୃହତ ଧନୀର ଟାଇଟଲ ।

ଅମ୍ବାନୀଙ୍କ ଠାରୁ ଏହି ଟାଇଟଲ ଛଡାଇ ନେଇଛନ୍ତି ଚାଇନାର ଶିଳ୍ପପତି ତଥା ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ୍ର ପ୍ରତିଷ୍ଠାତା ଜ୍ୟାକ୍ ମା ।

ଜ୍ୟାକ ମା ଅମ୍ବାନୀଙ୍କୁ ଅତିକ୍ରମ କରି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

ସୋମବାର ଦିନ ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୫.୮ ବିଲିୟନ ଡ଼ଲାରରେ ହ୍ରାସ ହୋଇ ୪୧.୮ ବିଲିୟନ ଡ଼ଲାରରେ (୨.୯୩ ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଛି। ବର୍ତ୍ତମାନ ଆମ୍ବାନୀ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଚାଇନାର ଜ୍ୟାକ୍ ମା ଏସିଆର ସର୍ବବୃହତ ଧନୀ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି । ତାଙ୍କ ସମ୍ପତ୍ତି ୪୪.୫ ବିଲିୟନ ଡ଼ଲାର୍ (୩.୧୧ ଲକ୍ଷ କୋଟି), ଯାହା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିଠାରୁ ୨.୬ ବିଲିୟନ ଡ଼ଲାର୍ (୧୮,୨୦୦ କୋଟି) ଅଧିକ।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଚାଇନାର ଶିଳ୍ପପତି ଜ୍ୟାକ୍ ମା ୪୪.୫ ବିଲିୟନ ଡଲାର ସମ୍ପତ୍ତି ସହିତ ଏସିଆର ସର୍ବବୃହତ ଧନୀ ବ୍ୟକ୍ତିରେ ପରିଣତ ହୋଇଥିବାବେଳେ ଭାରତର ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Comments are closed.