Latest Odisha News

୨୦ ବର୍ଷ ପରେ ଜ୍ୟାକି ଭଗନାନୀ କରିବେ ରହେନା ହେ ତେରେ ଦିଲ ମେଁର ସିକ୍ୱେଲ

ମୁମ୍ବାଇ: ୨୦୦୧ରେ ରିଲିଜ ହୋଇଥିଲା ବାସୁ ଭାଗନାନୀଙ୍କ ରହେନା ହେ ତେରେ ଦିଲ ମେଁ । ସେ ସମୟରେ ସୈଫ ଅଲୀ ଖାଁ, ଦିୟା ମିର୍ଜା ଓ ଆର.ମାଧବନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ବଡ ସଫଳତା ହାସଲ କରିପାରି ନ ଥିଲା । ପରେ ଟେଲିଭିନ ପ୍ରିମିୟରରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଥିଲେ ।

ଏବେ ବାସୁ ଭାଗନାନୀଙ୍କ ପୁଅ ଜ୍ୟାକି ଭାଗନାନୀ ୨୦ ବର୍ଷ ପରେ ଏହାର ସିକ୍ୱେଲ କରିବାକୁ ଯାଉଛନ୍ତି । କୃତୀ ସେନନ ହୀରୋଇନ ଭାବେ ଚୂଡାନ୍ତ ହୋଇଥିଲେ ମଧ୍ୟ ହୀରୋ ଚୟନ କରାଯାଇ ନାହିଁ । ୨୦୨୧ରେ ଫିଲ୍ମକୁ ରିଲିଜ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ଜ୍ୟାକୀ କହିଛନ୍ତି ।

Leave A Reply

Your email address will not be published.