Latest Odisha News

BREAKING NEWS

ଶିମିଳିପାଳ ଅଭୟାରଣ୍ୟ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକରଙ୍କୁ ରାଜ୍ୟ ବିଜେପି ସାଂସଦଙ୍କ ଦାବି ପତ୍ର

ଭୁବନେଶ୍ବର: ଆଜି ନୂଆଦିଲ୍ଲୀଠାରେ ଓଡ଼ିଶା ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି।

BjdElectrycity

ଏହି ଦାବି ପତ୍ରରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ସମେତ ଓଡ଼ିଶାର ବିଭିନ୍ନ ପରିବେଶ ସମ୍ବେଦନଶୀଳ ଅରଣ୍ୟଗୁଡ଼ିକରେ ନିଆଁକୁ ଆୟତ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହିତ ଆଗକୁ ଯେପରି ଏଭଳି ପରିସ୍ଥିତି ନଉପୁଜିବ ସେ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ଏଥିରେ ଦର୍ଶାଯାଇଛି। ଏଥିପାଇଁ ଏକ ଏମପାୱାର୍ଡ କମିଟି ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ଏଥିସହିତ ଓଡ଼ିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି, ଫ୍ଲୋରା, ଫୋନୀ କ୍ଷୟକ୍ଷତିର ଆକଳନ କରିବା ଏବଂ ଜଙ୍ଗଲ ଉପରେ ନିଜର ଜୀବିକା ପାଇଁ ନିର୍ଭର କରୁଥିବା ‌ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିପାଇଁ ବିଜେପି ସାଂସଦମାନେ ରାଜ୍ୟ ସରକାରଙ୍କ ସହ ସ୍ବତନ୍ତ୍ର ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.