Latest Odisha News

BREAKING NEWS

ଫିଲ୍ମ ‘ଭୁତ୍‌ ପୋଲିସ୍‌’ର ରିଲିଜ୍ ତାରିଖ ଘୋଷଣା କଲେ ଜ୍ୟାକ୍‌ଲିନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁତ୍‌ ପୋଲିସ’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୈଫ୍ ଅଲି ଖାନ୍, ୟାମି ଗୌତମ ଏବଂ ଅର୍ଜୁନ କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜ୍ୟାକ୍‌ଲିନ୍‌ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି।

ପୋଷ୍ଟରରେ ଜ୍ୟାକଲିନ୍, ସୈଫ, ଅର୍ଜୁନ ଏବଂ ୟାମି ଏକ ପାହାଡ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ହାତରେ ଭୟଙ୍କର ଅସ୍ତ୍ର ମଧ୍ୟ ଧରିଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଜ୍ୟାକଲିନ ଇନଷ୍ଟାଗ୍ରାମରେ ଲେଖିଛନ୍ତି,# ଭୁତ୍‌ ପୋଲିସ ସେପ୍ଟେମ୍ବର ୧୦ରେ ଆସିବ।

Comments are closed.