Latest Odisha News

BREAKING NEWS

କନ୍‌ମ୍ୟାନ ସୁକେଶଙ୍କୁ ନେଇ ନୀରବତା ଭାଙ୍ଗି‌ଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କନମାନ ସୁକେଶ ଚନ୍ଦ୍ରଶେଖରଙ୍କା ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତାଙ୍କ ନାଁରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ମଧ୍ୟ ସାମ୍‌ନାକୁ ଆସିଥିଲା। ଜ୍ୟାକଲିନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ନ୍ୟାୟ ଏବଂ ଗୁଡ୍‌ ସେନ୍ସ ନିଶ୍ଚୟ ଜିତିବ।

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କ ନାଁ ଆସିବା ଦିନଠାରୁ ସୁକେଶ ଏବଂ ଜ୍ୟାକଲିନଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହାପୂର୍ବରୁ ଦୁହିଁଙ୍କର ଆଉ ଏକ ଫଟୋ ଲିକ୍ ହୋଇଥିଲା  ଯେଉଁଠାରେ ସୁକେଶ ଜ୍ୟାକଲିନଙ୍କୁ ନାକ ଉପରେ ଚୁମ୍ବନ ଦେଉଥିବାର ନଜର ଆସିଥିଲେ।

Comments are closed.