Latest Odisha News

BREAKING NEWS

ବଢ଼ୁଛି କରୋନା ସଂକ୍ରମଣ, ରାଜ୍ୟରେ ୨୪ଘଣ୍ଟାରେ ୪୭୧୪ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟାରେ ୪୭୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୭୫୫ ଜଣ ସ୍ଥାନୀୟ ସଂକ୍ରମଣରୁ ୧୯୫୯ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୧୬ଜଣ କୋଭିଡ଼୍ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୁ ୧୬୧୯ଜଣ, ସୁନ୍ଦରଗଡ଼ରୁ ୬୬୨ଜଣ, ସମ୍ବଲପୁରରୁ ୪୩୭ଜଣ, କଟକରୁ ୩୬୦ ଜଣ ଚିହ୍ନଟ ହୋଇଛି ।

ଅନୁଗୁଳରୁ ୨୨ଜଣ, ବାଲେଶ୍ୱରରୁ ୧୨୩ଜଣ, ବରଗଡ଼ରୁ ୫୬ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗିରରୁ ୯୯ଜଣ, ବୌଦ୍ଧରୁ ୬ଜଣ, ଦେବଗଡ଼ରୁ ୩୬ଜଣ, ଢ଼େଙ୍କାନାଳରୁ ୯ଜଣ, ଗଜପତିରୁ ୩୨, ଗଞ୍ଜାମରୁ ୭୦ଜଣ, ଜଗତସିଂହପୁରରୁ ୬୩ଜଣ, ଯାଜପୁରରୁ ୮୩ଜଣ, ଝାରସୁଗୁଡ଼ାରୁ ୧୫୪ଜଣ, କଳାହାଣ୍ଡିରୁ ୧୫ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୪୩ଜଣ, କୋରାପୁଟରୁ ୬୫ଜଣ, ମାଲକାନଗିରିରୁ ୩ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୁରଭଞ୍ଜରୁ ୧୧୩ଜଣ, ନବରଙ୍ଗପୁରରୁ ୩୭ଜଣ, ନୟାଗଡ଼ରୁ ୩୪ଜଣ, ନୂଆପଡ଼ାରୁ ୩୨ଜଣ, ପୁରୀରୁ ୧୧୯ଜଣ, ରାୟଗଡ଼ାରୁ ୩୧ଜଣ, ସୋନପୁରରୁ ୪୬ଜଣ, ଷ୍ଟେଟ୍ ପୁଲରୁ ୩୧୫ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ୭୦ହଜାର ୮୬୯ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୪୬ହଜାର ୨୩୧ଜଣ ସୁସ୍ଥ ଅଛନ୍ତି । ଏବେ ସୁଦ୍ଧା ୧୬ ହଜାର ୧୧୭ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.