Latest Odisha News

BREAKING NEWS

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ ।

ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି ଫିଲ୍ମ ବଚ୍ଚନ ପାଣ୍ଡେ । ପୂର୍ବରୁ ଏହି ଫିଲ୍ମରେ ଅକ୍ଷୟ କୁମାର, କ୍ରିତୀ ସାନୋନ୍ ଓ ଅର୍ସାଦ ୱାର୍ସିଙ୍କ ନାଁ ସାମ୍ନାକୁ ଆସିଥିଲା । ହେଲେ ଏବେ ଏହି ଟିମ୍‌ରେ ଯୋଗଦେବାକୁ ଜ୍ୟାକଲିନ୍ ଉଛନ୍ନ ହେଉଛନ୍ତି ।

ଫିଲ୍ମ ବଚ୍ଚନ ପାଣ୍ଡେ ଟିମରେ ସାମିଲ ହୋଇଥିବାରୁ ଜ୍ୟାକଲିନ୍ ସୋସିଆଲ୍ ମିଡିଆରେ ନିଜ ଏକ୍ସାଇଟମେଣ୍ଟ ଜାହିର କରିଛନ୍ତି । ନିକଟରେ ଜ୍ୟାକଲିନ୍ ଫିଲ୍ମ ଭୂତ ପୋଲିସର ସୁଟିଂ ସାରିଥିଲେ । ଶୁଣିବାକୁ ମିଳିଛି ୨୦୨୧ ଜାନୁଆରୀର ପ୍ରଥମ ସପ୍ତାହରେ ସେ ବଚ୍ଚନ ପାଣ୍ଡେର ସୁଟିଂ ପାଇଁ ଜୈସଲମେର୍ ପହଂଚିବେ । ଏହି ଫିଲ୍ମର ସୁଟିଂ ପରେ ସଲମାନଙ୍କ ଫିଲ୍ମ କିକ-୨ରେ ମଧ୍ୟ ସେ ସାମିଲ ହେବେ ।

ଫିଲ୍ମ ବଚ୍ଚନ ପାଣ୍ଡେରେ ଅକ୍ଷୟଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଓ କ୍ରିତୀ ସାନୋନଙ୍କୁ ସାମ୍ବାଦିକ ଭାବେ ଦର୍ଶାଯିବ । ଅନ୍ୟପଟେ ଅର୍ସାଦ ୱାର୍ସିଙ୍କୁ ଫିଲ୍ମରେ ଅକ୍ଷୟଙ୍କ ସାଙ୍ଗ ଭାବେ ଦର୍ଶକ ଦେଖିବାକୁ ପାଇବେ । ହେଲେ ଜ୍ୟାକଲିନଙ୍କ ଭୂମିକା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.