Latest Odisha News

BREAKING NEWS

ପ୍ରମାଣ ନଷ୍ଟ କରି ଦେଶ ଛାଡିଯିବାକୁ ଚେଷ୍ଟା କରୁଥିଲେ ଜ୍ୟାକଲିନ: ଇଡି

ନୂଆଦିଲ୍ଲୀ: ଠକ କେ ସୁକେଶ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିବାରେ ଲାଗିଛି। ଜାମିନ୍ ପାଇଁ ଅଭିନେତ୍ରୀ ଆବେଦନ କରିଥିବା ବେଳେ ଇଡି କୋର୍ଟରେ ଏକ ବଡ ଖୁଲାସା କରିଛି। ଇଡି ଦାବି କରିଛି ଯେ ତଦନ୍ତ ସମୟରେ ଜ୍ୟାକଲିନ ପ୍ରମାଣ ନଷ୍ଟ କରି ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିଲେ। ଅଭିନେତ୍ରୀ ତାଙ୍କ ମୋବାଇଲରୁ ଅନେକ ତଥ୍ୟ ଡିଲିଟ କରି ଦେଇଥିଲେ। ଏପରି କରି ଜ୍ଯାକଲିନ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଲଓସି ସମସ୍ୟା ଯୋଗୁଁ ସଫଳ ହୋଇ ପାରିନଥିଲେ ବୋଲି ଇଡି କହିଛି।

ସେହିପରି ଇଡି କହିଛି ଯେ ଜ୍ୟାକଲିନ ତଦନ୍ତରେ ସହଯୋଗ କରୁ ନାହାଁନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ଆଗରେ ବସାଇ ଜେରା କରିବାକୁ ପ୍ରୟାସ କରାଯାଉଛି ହେଲେ ଜ୍ୟାକଲିନ ଏପରି ଜେରା ପାଇଁ ରାଜି ହେଉନଥିବା ଇଡି କହିଛି। ତେଣୁ ଇଡି ଜ୍ୟାକଲିନଙ୍କ ଜାମିନକୁ ବିରୋଧ କରିଛି।

ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜାମିନ ପାଇଁ ହାଜର ହୋଇଥିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। କୋର୍ଟ ଏବେ ଏହି ମାମଲାରେ ନଭେମ୍ବର ୧୦ରେ ଶୁଣାଣି କରିବେ ବୋଲି କହିଛନ୍ତି। କେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଠକେଇ ମାମଲାରେ ଜ୍ୟାକଲିନ୍ ହେଉଛନ୍ତି ଜଣେ ସହ-ଅଭିଯୁକ୍ତ।

Comments are closed.