ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ । ପୁରୀ ଯିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ ସେନେଇ ସମସ୍ତେ ଉତ୍ସାହିତ ଥିଲେ । ହେଲେ ବହନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଲା । ଏହି ଦୁର୍ଘଟଣାରେ ନୀଳାମ୍ବର ଗୁରୁତର ଆହତ ହେଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପରିବାରର ଦୁଇ ଜଣ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ଦୁଇଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାନ୍ଦି କାନ୍ଦି ଏହା କହିଛନ୍ତି ନୀଳାମ୍ବରଙ୍କ ବଡ଼ ଭାଇ ସୁଧୀର ପାତ୍ର । ଟ୍ରେନ୍ ଦୁର୍ଘଟଣା ପରେ ହସ୍ପିଟାଲ ଓ ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ଏମିତି ହୃଦୟ ବିଦାରକ ଦୃଶ୍ୟ ।
BREAKING NEWS
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
- ଗୋଷ୍ଠୀ କନ୍ଦଳକୁ ନେଇ ଫୁଟିଲା ବୋମା, ଛିଡିଗଲା ହାତ ପାପୁଲି…
- କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ସହଜରେ ଚିହ୍ନଟ କରାଯାଇପାରିବ ଆଣ୍ଟିବାୟୋଟିକ, ପ୍ୟାକେଜିଂରେ ରହିବ ନିର୍ଦ୍ଦିଷ୍ଟ କୋଡିଂ
- ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି
- Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ
- Trump Tariff on Russian Oil: ରୁଷୀୟ ତୈଳ ଉପରେ ୫୦୦% ଟାରିଫ୍ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!
Comments are closed.