Latest Odisha News

BREAKING NEWS

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର । ସେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ୨୬୪ ରନର ରେକର୍ଡକୁ ଭଙ୍ଗ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଲିଷ୍ଟ ଏରେ ରୋହିତ ଏହି ସ୍କୋର କରିଥିଲେ । ଜଗଦୀଶନଙ୍କ ଇନିଂସ ବଳରେ ତାମିଲନାଡୁ ୨ ୱିକେଟ ବିନିମୟରେ ୫୦୬ ରନ କରିଛି । ଦିନିକିଆ ମୁକାବିଲାରେ ଏହା ପୂର୍ବରୁ ନେଦରଲାଣ୍ଡ ବିପକ୍ଷରେ ଇଂଲଣ୍ଡ ୪୯୮ ରନ କରିଥିଲା । ଚଳିତ ସିଜନସରେ ଜବରଦସ୍ତ ଫର୍ମରେ ଥିବା ଜଗଦୀଶନ ଲଗାତାର ୫ଟି ଶତକ ବିଜୟ ହଜାରେ ଟ୍ରଫିରେ ମାରି ସାରିଲେଣି । ଏଥିସହ ସେ କୁମାର ସଙ୍ଗକାରାଙ୍କ କ୍ରମାଗତ ଶତକ ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି । ଜଗଦୀଶନ ୧୪୧ ବଲରେ ୨୫ ଚୌକା ଓ ୧୫ ଛକା ମାରିଥିଲେ । ସେ ସାଇ ସୁଦର୍ଶନଙ୍କ ସହ ମିଶି ପ୍ରଥମ ୱିକେଟରେ ୪୧୪ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ସୁଦର୍ଶନ ୧୫୪ ରନ କରିଥିଲେ । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ପାର୍ଟନରଶିପ । ତାଙ୍କ ପୂର୍ବରୁ କ୍ରିସ ଗେଲ ଓ ମାର୍ଲନ ସାମୁଏଲ୍ସ ୩୭୨ ରନ ଯୋଗ କରିଥିଲେ । ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୭ଟି ମ୍ୟାଚ ଖେଳିଥିଲେ ମଧ୍ୟ ବିଶେଷ ସଫଳ ହୋଇପାରି ନାହାନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ନୂଆ ରେକର୍ଡର ଅଧିକାରୀ ହୋଇଛି ତାମିଲନାଡୁ। ବିଜୟ ହଜାରେ ଟ୍ରଫିର ଏହି ମ୍ୟାଚ୍‌ରେ ତାମିଲନାଡୁ ୪୩୫ ରନରେ ଅରୁଣାଚଳକୁ ହରାଇଛି। ଏଥିସହ କୌଣସି ଲିଷ୍ଟ ଏ ମ୍ୟାଚ୍‌ରେ ସର୍ବବୃହତ୍ତ ରନ୍ ବ୍ୟବଧାନରେ ଜିତିବା ରେକର୍ଡ ତାମିଲନାଡୁ ନିଜ ନାଁରେ କରିଛି।

BjdElectrycity

ସୂଚନାଯୋଗ୍ୟ, ଏକଦିବସୀୟ କ୍ରିକେଟର ଏକ ଫର୍ମାଟ ହେଲା ଲିଷ୍ଟ ଏ ମୁକାବିଲା । ଏଥିରେ ୪୦ରୁ ୬୦ ଓଭର ପର୍ଯ୍ୟନ୍ତ ଖେଳାଯାଇପାରିବ । ଆଇସିସି ଦ୍ୱାରା ଏହାକୁ ଅଫିିସିଆଲ ଆନ୍ତର୍ଜାତୀୟ ଦିନିକିଆ ଭାବେ ଘୋଷଣା କରାଯାଇ ନାହିଁ । ଭିନ୍ନ ଭିନ୍ନ ଦେଶରେ ଏହାର ଫର୍ମାଟ ଏବଂ ନାମ ଅଲଗା ରହିଛି । ଭାରତରେ ଏହାର ବିଜୟ ହଜାର ଓ ଦେଓଧର ଟ୍ରଫି ଏହି ଶ୍ରେଣୀରେ ସାମିଲ ।

Leave A Reply

Your email address will not be published.