Latest Odisha News

BREAKING NEWS

୨୦୩୦ ସୁଦ୍ଧା ଚନ୍ଦ୍ରରେ ହେବ ମାନବ ବସ୍ତି, ଖୋଲିବ ଗବେଷଣା କେନ୍ଦ୍ର

ନ୍ୟୁୟର୍କ:  ଜହ୍ନ ରାଇଜରେ ଘର କରିବା… ଏହା ଆଉ ସ୍ୱପ୍ନ ନୁହେଁ । ସ୍ୱପ୍ନ ପରି ଲାଗୁଥିବା ଏ କଥା ଖୁବ ଶୀଘ୍ର ସତ ହେବ ।   ଜହ୍ନରେ ରହିବ ମାନବ ବସ୍ତି । ଖୋଲିବ ଅଫିସ । ମଣିଷ ସେଠାରେ ବସି କାମ କରିବ । ଏ କଥା ଆମେ ନୁହେଁ, କହିଛନ୍ତି ନାସା ଅଧିକାରୀ ।

ଚନ୍ଦ୍ରକୁ ଆର୍ଟିମିସ୍ ରକେଟ୍ ପଠାଯିବା ପରେ  ନାସାର ଜଣେ ବଡ ଅଧିକାରୀ କହିଛନ୍ତି   ଏହି ଦଶନ୍ଧିର ଶେଷ ସୁଦ୍ଧା ମଣିଷ ଚନ୍ଦ୍ରରେ ରହିପାରିବ ।  ଆମେରିକାର ଏଜେନ୍ସି ଓରିଅନ ଲୁନର ସ୍ପେଶକ୍ରାଫ୍ଟ  କାର୍ଯ୍ୟକ୍ରମର ମୁଖ୍ୟ ହାଓ୍ୱାର୍ଡ ହୁ କହିଛନ୍ତି ଯେ, ୨୦୩୦ ସୁଦ୍ଧା ଚନ୍ଦ୍ରରେ ମଣିଷ ରହିବ ପାରିବ । ସେଠାରେ ମଣିଷ ରହିବା ପାଇଁ ସ୍ଥାନ ଓ ତାଙ୍କ କାମକୁ ସହଯୋଗ କରିବା ପାଇଁ ରୋଭର୍ସ ମଧ୍ୟ ରହିବ ।

ସେ ଗଣମାଧ୍ୟମଙ୍କୁ କହିଛନ୍ତି କି, ଏହି ଦଶନ୍ଧିରେ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ରରେ ରହିବାକୁ ଯାଉଛୁ । କିନ୍ତୁ ଆମେ କେତେ ସମୟ ପର୍ଯ୍ୟନ୍ତ ଚନ୍ଦ୍ରରେ ରହିପାରିବୁ ତାହା ଉପରେ  ଏହି ସମୟସୀମା ନିର୍ଭର କରେ । ସେଠାରେ ମଣିଷ ରହିବା ପାଇଁ ସ୍ଥାନ ମିଳିବ  ।  ମଣିଷଙ୍କ ସହିତ ରୋଭର୍ସ ବି ରହିବ । ଆମେ ମଣିଷକୁ ଚନ୍ଦ୍ରକୁ ପଠାଇବୁ ଏବଂ ସେମାନେ ସେଠାରେ ରହି ବୌଜ୍ଞାନିକ ତଥ୍ୟ ସମ୍ପକିର୍ତ ଗବେଷଣାତ୍ମକ କାର୍ଯ୍ୟ କରିବେ ।

ଗତ ବୁଧବାର ଦିନ ଓରିଆନ ମହାକାଶଯାନ ସଫଳତାର ସହ ତାର ଯାତ୍ରା ଫ୍ଲୋରିଡାରୁ ଆରମ୍ଭ କରିଥିଲା । ଏହା  ଏକ ଐତିହାସିକ ଦିନ ଥିଲା । ହୋବାର୍ଡ କହିଛନ୍ତି,  ଯଦି ଏହି ମିଶନ ସଫଳ ହୁଏ ତେବେ ଆର୍ଟେମିସ୍ ୨ ଓ ୩ ର ଉଡାଣର ରାସ୍ତା ମଧ୍ୟ ସଫା ହୋଇଯିବ ।   ଭବିଷ୍ୟତରେ ମହାକାଶଚାରୀଙ୍କ ରହିବା ପାଇଁ ସ୍ପେସ ଷ୍ଟେସନ ତିଆରି ଏବଂ ବିକାଶ କରିବା ପାଇଁ ଆର୍ଟେମିସ୍ କାର୍ଯ୍ୟକ୍ରମ ଦାୟିତ୍ୱ ନେବ ।
ନାସା ଅଧିକାରୀ କହିଛନ୍ତି, ଅନ୍ତରୀକ୍ଷରେ ଦୀର୍ଘ ସମୟ ରହିବା ପାଇଁ ଏହା ଆମର ପ୍ରଥମ ପ୍ରୟାସ ଅଟେ । ଏହା କେବଳ ନାସ ପାଇଁ ନୁହେଁ, ଅନ୍ତରୀକ୍ଷରେ ମଣିଷକୁ ଦେଖିବାକୁ ଇଚ୍ଛା କରୁଥିବା ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ ।

Leave A Reply

Your email address will not be published.