ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଲୋକସେବା ଭବନ କନଭେସନ ହଲରେ ଶପଥ ନେଉଛନ୍ତି ମନ୍ତ୍ରୀମାନେ। ନୂଆ ଟିମରେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି। ବାଚସ୍ପତି ଭାବେ ବିକ୍ରମ ଆରୁଖ ଏବଂ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂହ ଶପଥ ନେବେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମେ କଟକ ବିଷମର ବିଧାୟକ ଜଗନ୍ନାଥ ସାରକାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ କରାଇଛନ୍ତି । ଦ୍ୱିତୀୟରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ତୃତୀୟରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚତୁର୍ଥରେ ଯାଜପୁରର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଶପଥ ନେଇଛନ୍ତି। ପଞ୍ଚମ କ୍ୟାବିନେଟ ମନ୍ତ୍ରୀ ଭାବେ ଚିକିଟି ବିଧାୟିକା ଉଷା ଦେବୀ ଶପଥ ନେଇଛନ୍ତି। ଷଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ଢେଙ୍କାନାଳ କାମାକ୍ଷାନଗରର ପ୍ରଫୁଲ ମଲ୍ଲିକ ଶପଥ ନେଇଛନ୍ତି । ସପ୍ତମରେ କେନ୍ଦ୍ରାପଡାର ଆଳି ବିଧାୟକ ପ୍ରତାପ ଦେବ ଶପଥ ନେଇଛନ୍ତି। ଏହାପରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ ଶପଥ ନେଇଛନ୍ତି। ଏହାପରେ ବୌଦ୍ଧର ବିଧାୟକ ପ୍ରଦୀପ ଅମାତ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପରେ ଝାରସୁଗୁଡାର ବିଧାୟକ ନବ କିଶୋର ଦାସ ଶପଥ ନେଇଛନ୍ତି। ସେହିପରି ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାପରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ବିଧାୟିକା ଟୁକୁନି ସାହୁ ଶପଥ ନେଇଛନ୍ତି । ଏହାପରେ ନୂଆପଡାର ବିଧାୟକ ରାଜେନ୍ଦ୍ର ଢୋଲକିଆ ନେଇଛନ୍ତି।
Comments are closed.