Latest Odisha News

BREAKING NEWS

ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ବିରୋଧ କଲା ପରଜଙ୍ଗ ବିଜେପି

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରିସରରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ବିରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । କୌଣସି ସରପଞ୍ଚଙ୍କୁ ନଜଣାଇ ବିଧାୟକ ପଟ୍ଟା ବଣ୍ଟନ କରୁଛନ୍ତି । ଏପରିକି ଯେଉଁ ପଞ୍ଚାୟତର ସେ ପଟ୍ଟା ବଣ୍ଟନ କରିବେ ସେହି ପଞ୍ଚାୟତର ସରପଞ୍ଚଙ୍କୁ ବି ସେ ଜଣାଇ ନାହାଁନ୍ତି । ଆଉ ପରଜଙ୍ଗରେ ଉନ୍ନତିମୂଳକ କାମ କରୁନାହାଁନ୍ତି ବିଧାୟକ, ବୋଲି ଅଭିଯୋଗ କରିଛି ବିଜେପି । ବିଧାୟକ ବ୍ଲକରେ ପହଞ୍ଚିବା ପରେ ତାଙ୍କୁ ମୃଦାବାଦ୍ କହି ନାରା ଦେଇଥିଲେ ବିଜେପିକର୍ମୀ ।

କିଛି ସମୟ ଧରି ବିଜେପି-ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ଗୋଟିଏ ପକ୍ଷେ ବିଧାୟକଙ୍କୁ ହାଏ ହାଏ ଏବଂ ମୁର୍ଦାବାଦ ନାରା ଦିଆଯାଉଥିବା ବେଳେ ଅନ୍ୟ ପକ୍ଷେ ଜିନ୍ଦାବାଦ ଧ୍ୱନୀରେ ବ୍ଲକ ପରିସର ପ୍ରକମ୍ପିତ ହେଉଥିଲା । ସ୍ଥାନୀୟ ବିଧାୟକ ଜଣେ ଡାକ୍ତର ହୋଇ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦ କାହିଁକି ଖାଲି ପଡୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ।

Leave A Reply

Your email address will not be published.