ପୁରୀ: ବିଜେଡି ନେତା ବବି ଦାସଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ । ସିଂହଦ୍ୱାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ପରିକ୍ରମା ପ୍ରକଳ୍ପ ରୁ ମୁଲ୍ୟବାନ୍ ପଥର ନେଇ ଯାଜପୁରରେ ବବି ଘର ନିର୍ମାଣ କରିଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ମୂଲ୍ୟବାନ ପଥର ସେ କେଉଁଠାରୁ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ । ମୂଲ୍ୟବାନ ଖାଣ୍ଡେ ଲାଇଟ୍ ପଥର ଓ ସ୍ୟାଣ୍ଡ ଷ୍ଟୋନ୍ ପଥର ନେଇ, ଯାଜପୁରର ବାହାବଳ ପୁରରେ ବବି ଦାସ ଘର କରିଥିବା ଏତଲାରେ ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ଓରଫ ପିକୁ ପଟ୍ଟନାୟକ ।
ସେତେବେଳେ କ୍ଷମତା କରିଡରରେ ଥିବାବେଳେ ପ୍ରଣବ ପ୍ରକାଶ ଦାସ ଏଏସଆଇ ସଂରକ୍ଷିତ ପଥରକୁ ନେଇ ବ୍ୟବହାର କରିଥିବା ଅଭିଯୋଗ କରି ଥାନାରେ ଏତାଲା ଦେଇଛି ସେନା ।