Latest Odisha News

BREAKING NEWS

ବଲାଙ୍ଗୀର ଗୋଳାବାରୁଦ କାରଖାନା ପରିସରରୁ ମିଳିଲା କଲରାପତରିଆ ବାଘର ମୃତଦେହ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ ଡ଼ିଭିଜନ ଅନ୍ତର୍ଗତ ବଡ଼ମାଲରେ ଥିବା ଗୋଳାବାରୁଦ କାରଖାନା ପରିସରରୁ ମଙ୍ଗଳବାର ଦିନ ଏକ କଲରାପତରିଆ ବାଘର ମୃତଦେହ ମିଳିଛି ।

ଏହି ଘଟଣା ସମ୍ପର୍କରେ ଗୋଳାବାରୁଦ କାରଖାନାର କିଛି କର୍ମଚାରୀ କାଲକୁଟା ଜଙ୍ଗଲ ଗେଟ ନଂ ୧ ନିକଟସ୍ଥ ରାସ୍ତା ପାଖରେ ଏହି ବାଘର ମୃତଦେହ ପଡ଼ିଥିବାର ଦେଖିଥିଲେ ।

ଘଟଣା ସମ୍ପର୍କରେ ଜାଣି ତୁରନ୍ତ ବନ ବିଭାଗର କର୍ମଚାରୀଙ୍କ ସମେତ ଡ଼ିଏଫଓ, ଏସିଏଫ ଏବଂ ରେଞ୍ଜ ଅଫିସର ତଦନ୍ତ ଲାଗି ପହଞ୍ଚିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ବଡ଼ମାଲ ରେଞ୍ଜ୍ ର ଫରେଷ୍ଟର୍ ଭବାନୀ ସ୍ୱାଇଁ କହିଛନ୍ତି, ଏହି କଲରାପତରିଆ ବାଘର ମୃତଦେହର ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବ ।

ନିକଟରେ ଗୋଳାବାରୁଦ କାରଖାନା ନିକଟରେ ୨ଟି କଲରାପତରିଆ ବାଘ ଚଳପ୍ରଚଳ କରୁଥିବାର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

Leave A Reply

Your email address will not be published.