Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂଆ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିବେ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରସ୍ତାବିତ ସଂସ୍କାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଡ଼ିସେମ୍ବର ଶେଷ ସୁଦ୍ଧା ନୂତନ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେବାର ସୂଚନା ମିଳିଛି ।

ବର୍ତ୍ତମାନର ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣିୟମ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ଲାଗି ପତ୍ର ଦ୍ୱାରା ଆବେଦନ କରିଥିଲେ । ତେବେ ଶୁକ୍ରବାର ଦିନ ସୁପ୍ରିମକୋର୍ଟଙ୍କ ବେଞ୍ଚ ତାଙ୍କର ଆବେଦନ ପତ୍ରକୁ ଗ୍ରହଣ କରିଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ସୁପ୍ରିମକୋଟଙ୍କ ବେଞ୍ଚ ଆମିକସ୍ କ୍ୟୁରି ପ୍ରଦାନ କରିଥିବା ରିପୋର୍ଟକୁ ଭିତ୍ତି କରି ଆଗାମୀ ଜାନୁଆରୀ ୨ୟ ସପ୍ତାହକୁ ଏହାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ସଂସ୍କାର ନିମନ୍ତେ ଏହିବର୍ଷ ଜୁନ ୬ ତାରିଖରେ ଗୋପାଳ ସୁବ୍ରମଣିୟମଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଶ୍ରୀମନ୍ଦିରର ସଂସ୍କାର ନିମନ୍ତେ ପୁରୀ ଜିଲ୍ଲା ଜଜଙ୍କ ରିପୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିପୋର୍ଟ, ଶ୍ରୀମନ୍ଦିର ସେବାୟତଙ୍କ ସହିତ କରିଥିବା ଆଲୋଚନା ଏବଂ ବିଭିନ୍ନ ଗବେଷକମାନଙ୍କ ସହିତ ଅଲୋଚନାର ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଗୋପାଳ ସୁବ୍ରମଣିୟମ ସେପ୍ଟେମ୍ବର ୩ୟ ସପ୍ତାହରେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ସହିତ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେ ମଧ୍ୟ ସେବାୟତ ତଥା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ପୁରୀ ଜିଲ୍ଲା ଜଜଙ୍କ ସହିତ ଆଲୋଚନା କରିଥିଲେ ।

ପୁରୀରେ ସ୍ଥାନୀୟ ଜନସାଧାରଣ ତଥା ସେବାୟତମାନଙ୍କ ଦ୍ୱାରା ‘ଧାଡ଼ି ଦର୍ଶନ’ ଲାଗି ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାକାଣ୍ଡ ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଦାଲତ ପରେ ବରିଷ୍ଠ ଆଇନଜୀବୀ ବିବେକ ରାଜାଙ୍କୁ ଏହି ହିଂସାକାଣ୍ଡର ରିପୋର୍ଟ ସଂଗ୍ରହ କରିବାକୁ ପଠାଇଥିଲେ ।

Leave A Reply

Your email address will not be published.