Latest Odisha News

BREAKING NEWS

ଗଜପତିରେ ଖାଇକୁ ଟ୍ରକ ଓଲଟି ୩ ମୃତ

ଗଜପତି : ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବାଦପୁର ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଆର୍ ଉଦୟଗିରି ରୁ ପାରଳାଖେମୁଣ୍ଡି ଆସୁଥିବା ଏକ ଟ୍ରକ ବାଦପୁର ନିକଟରେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଗାଡିଟି ରିଲିଫ୍ ସାମଗ୍ରୀ ନେଇ ଆସୁଥିବାବେଳେ ବାଦପୁର ଘାଟି ନିକଟରେ ଏହି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ । ଏଥିସହିତ ମୃତକଙ୍କ ମଧ୍ୟରେ ଟ୍ରକ ଡ୍ରାଇଭର ନାରାୟଣ ରାଓ ଓ ମାଲିକ ରାମ ରାଓ ରହିଥିବା ବେଳେ ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ ।

ତେବେ ଖବର ପାଇ ଘଟଣାସ୍ଥଳରେ ଆର୍ ଉଦୟଗିରି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିବାବେଳେ ପୋଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଏକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.