ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ପବିତ୍ର କାର୍ତ୍ତିକ ମାସରେ ପୁରୀ ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଭକ୍ତଙ୍କ ପାଇଁ ଅବଢ଼ା ବିକ୍ରୟ ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ।
ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ମହସୁଆର ନିଜୋଗ କୃଷ୍ଣ ଚନ୍ଦ୍ର ପଢିହାରୀ କହିଛନ୍ତି ଯେ, ମନ୍ଦିର ପ୍ରଶାସନ ସହ ବସିଥିବା ବୈଠକର ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଫାଟକ ନିକଟରେ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ।
ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖି ଟଙ୍କା ଦେଇ ଏହି କାଉଣ୍ଟରରୁ ଟୋକେନ୍ ସଂଗ୍ରହ କରିପାରିବେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଚଳିତ ବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ବିକ୍ରୟ କରିବାର ପଦ୍ଧତି ଅନୁସାରେ ଶ୍ରୀମନ୍ଦିରରେ ଅବଢ଼ା ବିକ୍ରି କରିବାକୁ ଆମେ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲ।ଏହି ସମୟରେ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ ମଧ୍ୟ କରାଯିବ।
Comments are closed.