Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ, ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି 

ପୁରୀ: ପ୍ରତ୍ୟେକ ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତା ରବିବାରଠାରୁ ସପ୍ତାହରେ ଗୋଟିଏ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି l ପୂର୍ବରୁ ଛତିଷାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିରରେ ଆଜି ଦୋଳ ପୂର୍ଣ୍ଣିମା ନୀତି ଓ ମହାପ୍ରଭୁଙ୍କ ଫଗୁ ଖେଳ ଭଲରେ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବଢୁଥିବାରୁ ମନ୍ଦିର ପ୍ରଶାସନ କଟକଣା ଜାରି କରିଛନ୍ତି ।

Leave A Reply

Your email address will not be published.