Latest Odisha News

BREAKING NEWS

ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ, ଦୈନିକ କରୋନା ସଂକ୍ରମଣ ହାର କମିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଆଶ୍ବସ୍ତୀ । ହଟିଲା ନାଇଟ୍ କର୍ଫ୍ୟୁ । ରବିବାର ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା ।

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା । ଯେ ପର୍ଯ୍ୟନ୍ତ ପରିସ୍ଥିତି ନ ସୁଧୁରିଛି ସେ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି କୁହାଯାଇଥିଲା । ତେବେ ସ୍ଥିତିରେ କିଛିଟା ସୁଧାର ଦେଖି ଆଜି ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ । 

ବାହାଘର, ରିସେପସନ୍, ଧାର୍ମିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଅପେରା ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ଏବେ ବି ଏହି କଟକଣା ବଳବତ୍ତର ରହିବ । କେବେ କଟକଣା ଉଠିବ ସେନେଇ କୌଣିସ ସୂଚନା ମିଳିନାହିଁ । 

Leave A Reply

Your email address will not be published.