ଅଭାବନୀୟ ଘଟଣା: ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ମାଆ ନିଜେ ବିଷ ପିଇଛି  । ଘଟଣାରେ ୨ ପୁଅଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛଇ । ମାଆ ଓ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ମାଆ ନିଜେ ବିଷ ପିଇବା ସହ କାହିଁକି ପିଲାଙ୍କୁ ବି ବିଷ ଦେଇଛି ତାର କାରଣ ଏଯାଏ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।