Latest Odisha News

BREAKING NEWS

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା’ ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ ଅବସର ନେଇଯାଇଛନ୍ତି ବଜୟାମ୍ମା ।

ଏବେ ସେ ତାଙ୍କ ଝିଅ ୱାଇଏସ ଶର୍ମିଲାଙ୍କୁ ତେଲେଙ୍ଗାନାରେ ସାହାଯ୍ୟ କରିବାକୁ ଯାଉଛନ୍ତି । ସେଠାରେ ଶର୍ମିଲା ଆରମ୍ଭ କରିଥିବା କ୍ୟାମ୍ପେନରେ ତାଙ୍କୁ ସାହାଯ୍ୟ କରିବେ ବିଜୟାମ୍ମା । ୱାଇଏସ ରାଜଶେଖରଙ୍କ ସ୍ଵପ୍ନ ସାକାର କରିବା ପାଇଁ ଶର୍ମିଲାଙ୍କ ସହ ଠିଆ ହେବେ ବିଜୟାମ୍ମା ।

ଶୁକ୍ରବାର ମେଗା ଇଭେଣ୍ଟରେ ଭାଷଣର ଶେଷ ଆଡ଼କୁ ବିଜୟଲକ୍ଷ୍ମୀ ତାଙ୍କ ଇସ୍ତଫା କଥା ଘୋଷଣା କରିଥିଲେ । ସେ କହିଥିଲେ ଯେ, ଅନେକ ଆଲୋଚନା, ଗୁଜବ ଏବଂ ପ୍ରଚାର ହେଉଥିଲା ଯେ ସେ ଶର୍ମିଲାଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ଏହାକୁ ସ୍ପଷ୍ଟ କରିବାକୁ ସେ ପୁଅ ଜଗନଙ୍କ ଦଳରୁ ଇସ୍ତଫା ଦେଇଛନ୍ତି ।

ସେ ଆଶା କରିଛନ୍ତି ଯେ, ଜଗନମୋହନ ପୁଣି ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ହେବେ । ଆନ୍ଧ୍ରବାସୀ ପୁଣି ଜଗନଙ୍କୁ ନିର୍ବାଚିତ କରିବେ ବୋଲି ତାଙ୍କର ଦୃଢ଼ ଆସ୍ଥା ରହିଛି ବୋଲି ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମରେ କହିଥିଲେ ।

ଏବେ ତାଙ୍କ ଝିଅ ବିଜୟଲକ୍ଷ୍ମୀଙ୍କୁ ଲୋଡୁଛନ୍ତି । ପିତାଙ୍କ ଲକ୍ଷ୍ୟ ସାକାର କରିବାକୁ ସେ ଝିଅକୁ ସାହାଯ୍ୟ କରିବାକୁ ନିଶ୍ଚିତ ଯିବେ । ଏବଂ ପୁଅ ଦଳରୁ ସଂପୂର୍ଣ୍ଣ ଅବସର ନେଇଯାଉଛନ୍ତି । ଯେହେତୁ ଉଭୟ ରାଜ୍ୟର ଭିନ୍ନ ସ୍ବାର୍ଥ ରହିଛି ଏବଂ ଦୁହିଁଙ୍କର ଅଲଗା ଦଳ ରହିଛି । ଦୁଇଟି ଦଳ ସହ ଯୋଡ଼ି ହୋଇରହିବା ତାଙ୍କ ପକ୍ଷେ ଠିକ୍ ନୁହେଁ । ତେଣୁ ସେ ଝିଅ ଦଳ ୱାଇଏସଆର ତେଲେଙ୍ଗାନାରେ ଯୋଗଦେବେ ।

ପୂର୍ବରୁ ୱାଇଏସଆର ତେଲେଙ୍ଗାନା ଗଠନ ସମୟରେ ଜଗନଙ୍କ ଦଳ ପକ୍ଷରୁ ଉଭୟ ଦଳ ମଧ୍ୟରେ କିଛି ସଂପର୍କ ନଥିବା ସ୍ପଷ୍ଟୀକରଣ ଦିଆଯାଇଥିଲା ।

 

Leave A Reply

Your email address will not be published.