Latest Odisha News

ନୂପୁର ଏବଂ ମହୁଆଙ୍କୁ ବିବାଦୀୟ ମନ୍ତବ୍ୟ ପାଇଁ କାହିଁକି ସମର୍ଥନ କଲାନି ନିଜ ଦଳ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଏବଂ ଟିଏମସି ଏବେ ନିଜ ନିଜର ଦଳୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଯାଇଛନ୍ତି । ଆଉ ଦେଶରେ ରାଜନୈତିକ ମାହୋଲ ଏବଂ ଭୋଟ୍ ବିଭାଜନ ଭୟରେ ଦଳୀୟ ନେତାଙ୍କ ସମର୍ଥନ କରିନାହାନ୍ତି। ଯଦିଓ ପରଦା ଆଢୁଆଳରେ ସଂପୃକ୍ତ ନେତାଙ୍କୁ ଦୁଇ ଦଳ ନିରାଶ ନକରି ସମର୍ଥନ ଦେଉଥିବା କୁହାଯାଉଛି।

ମୁସଲମାନଙ୍କ ଧର୍ମଗୁରୁ ବିରୋଧରେ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ହୋଇଛନ୍ତି ନୂପୁର ଶର୍ମା। ଆଉ ଏବେ ମା’ କାଳୀ ମାଂସାହାରୀ ଏବଂ ମଦ ପିଅନ୍ତି ବୋଲି କହି ବିବାଦରେ ଫସିଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ମହୁଆ ବିବାଦୟୀ ମନ୍ତବ୍ୟ ଦେବା ପରେ ଦେଶ ତଥା ପଶ୍ଚିମବଙ୍ଗର ସାମ୍ପ୍ରତିକ ରାଜନୈତିକ ଦୃଷ୍ଟିକୁ ଦେଖି ମମତା ଖପ୍ପା ହୋଇଛନ୍ତି। ଆଉ ଦଳ ମହୁଆଙ୍କ ବୟାନକୁ ବ୍ୟକ୍ତିଗତ କହିବା ସହ ଏପରି ମନ୍ତବ୍ୟକୁ ଟିଏମସି ସମର୍ଥନ କରୁନାହିଁ ବୋଲି କହିଛି। ସମାନ ଢଙ୍ଗରେ ବିଜେପି ମଧ୍ୟ ନୂପୁର ଶର୍ମାଙ୍କ ହାତ ଛାଡିଥିଲା। ଏହି ଦୁଇଟି ମାମଲାରେ ଭିନ୍ନ ଏହା ଯେ ନୂପୁର ଦଳରୁ ନିଲମ୍ବିତ ହୋଇଛନ୍ତି ଏବଂ ମହୁଆ ଦଳରେ ରହିଛନ୍ତି।

ବିଜେପି ପଛଘୁଞ୍ଚା ଦେବା ପରେ ମଧ୍ୟ ଦଳର ଅନେକ ନେତା ନୁପୁର ଶର୍ମାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ନୂପୁର ଶର୍ମାଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେଲେ ବିଜେପି ସମର୍ଥକ ତଥା ଅନେକ ନେତା (ଆଗ ଧାଡିର ନେତା ନୁହନ୍ତି) ସୋଶିଆଲ ମିଡିଆ ପାଖରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନୂପୁରଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ମା’ କାଳୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ମହୁଆ ଦଳରେ ଏବେ ଏକାକୀ ହୋଇଯାଇଛନ୍ତି।

ମୁସଲମାନଙ୍କ ଧର୍ମଗୁରୁକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମଧ୍ୟ  ବିଜେପି ନେତୃତ୍ୱଙ୍କ ସମର୍ଥନ ପାଇବେ ବୋଲି ନୂପୁର ଶର୍ମାଙ୍କର ଆଶା ରହିଛି। କାରଣ ନିକଟରେ ତାଙ୍କୁ ହତ୍ୟା ଧମକ ଆସିବା ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ତାଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦେଇଛି । ସେହିପରି ନିକଟରେ  କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି ମଧ୍ୟ କହିଛନ୍ତି ଯେ ବିଜେପି ତା’ର କର୍ମୀଙ୍କୁ ହଠାତ୍ ହାତ ଛାଡେ ନାହିଁ।

ଏପରି କହିବା ପରେ ୟୁପି ଲଖିମପୁରରେ ଚାଷୀଙ୍କ ଉପରକୁ ମନ୍ତ୍ରୀଙ୍କ ପୁଅ ଉପରକୁ ଗାଡି ମଡାଇବା କଥା ସାମ୍ନାକୁ ଆସିଛି। ସେତେବେଲେ ୟୁପିରେ ବିଧାନସଭା ନିର୍ବାଚନ ସମୟ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ସମୟରେ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତାଙ୍କ ସହିତ ମଞ୍ଚରେ ବସାଇଥିଲେ। ଏପରି କରି ଅଜୟ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବାକୁ ଦାବିରେ ପୂର୍ଣ୍ଣଛେଦ ପକାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ମହୁଆ କାଳୀଙ୍କ ବିରୋଧରେ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହା ଟିଏମସିର ଭାବମୂର୍ତି ତଥା ଭୋଟ୍ ବ୍ୟାଙ୍କ ନଷ୍ଟ କରିବାରେ ସହାୟକ ହେବ ଯଦି ଟିଏମସି ସମର୍ଥନ କରିବ । କାରଣ ଦେଶର ବିଭିନ୍ନ ରାଜ୍ୟ କଥା ଛାଡନ୍ତୁ ମା ’କାଳୀଙ୍କ ପୂଜା ପଶ୍ଚିମବଙ୍ଗରେ ଧୂମଧାମରେ ହୁଏ। ଯାହାର ଏକ ବିଶେଷ ମହତ୍ୱ ରହିଛି। ଦେଶରେ ହିନ୍ଦୁତ୍ୱ ବନାମ ମୁସଲମାନ ବିତର୍କ ଚାଲିଥିବା ବେଳେ ମହୁଆଙ୍କ ମନ୍ତବ୍ୟ ସେହି ସମୟରେ ଆସିଛି।

ତେଣୁ ମହୁଆ ମୈତ୍ରଙ୍କ କାଳୀ ପ୍ରସଙ୍ଗ ବିବୃତ୍ତିରୁ ଦୂରେଇ ଯାଇ ଟିଏମସି ହିନ୍ଦୁ ଭାବନାକୁ ସମ୍ମାନ ଜଣାଇ ନିଜର ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ପ୍ରୟାସ କରିଛି। ଆଉ ସମାନ ରଣନୀତି ନୂପୁର ଶର୍ମାଙ୍କ ପ୍ରସଙ୍ଗରେ ବିଜେପି ଆପଣାଇଛି। ମୁସଲମାନଙ୍କ ଭାବନକୁ ସମର୍ଥନ କରି ଏବଂ ନୂପୁରଙ୍କୁ ଦଳରୁ ନିଲମ୍ବନ କରି ବିଜେପି ମୁସଲମାନଙ୍କ ସମର୍ଥନରେ ଗୋଟିଏ ବଡ ବାର୍ତ୍ତା ଦେବାକୁ ପ୍ରୟାସ କରିଛି ।

ନୂପୁର ପ୍ରସଙ୍ଗରେ ଆରମ୍ଭରୁ ଲାଗୁଥିଲା କେନ୍ଦ୍ରରେ ଶାସକ ବିଜେପିକୁ ଅନ୍ତର୍ଜାତୀୟ ଚାପରେ ପଛକୁ ଠେଲିଦେବ । ହେଲେ ସରକାରଙ୍କ କୂଟନୀତିକ ବିଜୟୀ ହୋଇଛି । ଯେଉଁଥିପାଇଁ କ୍ରମଶଃ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଥମିଛି । ସେପଟେ ମୋଦୀ ମଧ୍ୟ ମଧ୍ୟପ୍ରାଚୀର ଦେଶ ୟୁଏଇ ଯାଇ ସେଠିକାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ।

Leave A Reply

Your email address will not be published.