Latest Odisha News

BREAKING NEWS

ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ

କଟକ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପ୍ରସିଦ୍ଧ ଧବଳେଶ୍ବର ପୀଠରେ ଚଳିତବର୍ଷ ହେବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଧବଳେଶ୍ବର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ ମନ୍ଦିରରେ ରୀତିନୀତି ସମ୍ପନ୍ନ ହେବ । ଏହାସହ ଆସନ୍ତା ୧୧ ତାରିଖରେ ମନ୍ଦିରରେ ୧୪୪ ଧାରା ଲାଗୁ ହେବ । ୧୨ ତାରିଖ ସକାଳ ୬ଟା ଯାଏଁ ଏହା ବଳବତ୍ତର ରହିବ ।

ଧବଳେଶ୍ବର ଭଳି ଭଦ୍ରକର ଆରଡି ପୀଠରେ ମଧ୍ୟ ହେବନି ଜାଗର ଯାତ୍ରା । କରୋନା ମହାମାରୀ ପାଇଁ ଚଳିତବର୍ଷ ବିନା ଭକ୍ତରେ ପାଳନ ହେବ ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା । ହେଲେ ବିଧି ଅନୁଯାୟୀ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି । ମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ଜାଗରଯାତ୍ରା ଦିନ ଭୋର ୪ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ପହିଲି ବଡପଣ୍ଡାଙ୍କ ଦ୍ବାରା କନିକା ରାଜାଙ୍କର ଘର୍ଷଣ ଲାଗି, ଜଳାଭିଷେକ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନ ନୀତି ଭୋଗ ଲାଗି ହେବ ।

Comments are closed.