Latest Odisha News

BREAKING NEWS

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି ତାହା ଚାଲିବ ନାହିଁ। ଏହା ନିଜେ କହିଛନ୍ତି, ଜଗତସିଂହପୁରର ବିଜେପି ବିଧାୟକ ଅମରେନ୍ଦ୍ର ଦାସ।

ନିର୍ବାଚନ ବେଳେ ସେ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଥାନାରେ ଜିମା ଦେଇଥିଲେ। ଏହାକୁ ସେ ନେବା ପାଇଁ ଆସି ଲୋକଙ୍କ ସମସ୍ୟା ଶୁଣିଥିଲେ। କିଛି ଲୋକ କହିଥିଲେ ସେମାନେ ଥାନାକୁ ଆସୁଛନ୍ତି, କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଶୁଣୁନାହିଁ। ଏହାପରେ ବିଧାୟକ ଥାନାକୁ ପେନ୍ ଏବଂ ପେପର କିଣି ଆଣି ଦେଇଥିଲେ। ଆଉ ଥାନା ଭିତରେ କହିଥିଲେ, କାଗଜ ଓ କଲମ ଥାଇନପାରେ ତେଣୁ ପୋଲିସ ଲୋକଙ୍କ ଅଭିଯୋଗ ଶୁଣୁନାହିଁ। ତେଣୁ ସେ ଏହିସବୁ କିଣି ଆଣି ଦେଉଛନ୍ତି। ଏହାକୁ ପୋଲିସ ଗ୍ରହଣ କରି ଲୋକଙ୍କ ଅଭିଯୋଗ ଶୁଣିବା ସହିତ ଏଫଆଇଆର ଲେଖିବାକୁ କାଗଜ ଦେବା ଉଚିତ। ଏପରିକି ଅଭିଯୋଗ ଲେଖିବାକୁ ଘର ନଥିଲେ ସେ ତିଆରି କରିଦେବେ। ଏଥିପାଇଁ ଭଗବାନ ତାଙ୍କୁ କ୍ଷମତା ଦେଇଛନ୍ତି।

ଏହାପରେ ଅମରେନ୍ଦ୍ର ଦାସ କହିଥିଲେ, ଥାନାକୁ ସିନିୟର ସିଟିଜେନ୍ ଆସୁଛନ୍ତି ସେଥିମଧ୍ୟରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ହେଲେ ପୋଲିସ ସେମାନଙ୍କୁ ବି ଭଲ ବ୍ୟବହାର ଦେଖାଉନି। ଏହାପରେ ଥାନା ଅଧିକାରୀଙ୍କୁ ତାଗିଦ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ମନେ ରଖିବାକୁ ଉପସ୍ଥିତ ଥାନା ଅଧିକାରୀଙ୍କୁ କହିଛନ୍ତି।

Leave A Reply

Your email address will not be published.