Latest Odisha News

BREAKING NEWS

ପାପାରାଜିଙ୍କୁ ଦେଖି ଡରିଗଲେ ଜାହ୍ନବୀ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ବବାଲ’ କୁ ନେଇ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଜାହ୍ନବୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପାପାରାଜିଙ୍କୁ ଦେଖି ଡ଼ରି ଯାଇଛନ୍ତି । ଏମିତି କି କିଛି ସମୟ ପାଇଁ ପାପାରାଜିଙ୍କ ଉପରେ ରାଗି ବି ଯାଇଥିଲେ ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜାହ୍ନବୀ ତାଙ୍କ କାରରୁ ଓହ୍ଲାଉଛନ୍ତି । ଏହି ସମୟରେ ହଠାତ୍ ପାପାରାଜିମାନେ ତାଙ୍କ ଫଟୋ ନେବାକୁ ଦୌଡ଼ି ଆସିଥିଲେ । କାର ଡ଼ୋର ଖୋଲୁ ଖୋଲୁ ପାପାରାଜିମାନେ ବଡ଼ ପାଟିରେ ତାଙ୍କ ନାଁ ଧରି ଡ଼ାକିବା ସହ ଫଟୋ ଉଠାଇବା ଆରମ୍ଭ କରିଥିଲେ । ହଠାତ୍ ପାପାରାଜିଙ୍କୁ ଦେଖି ଜାହ୍ନବୀ ଡ଼ରିଯାଇ ପୁଣି ଥରେ କାର ଡ଼ୋର ବନ୍ଦ କରି ଭିତରକୁ ଚାଲିଯାଉଛନ୍ତି । ଆଉ ରାଗିଯାଇ କହିଥିଲେ ଆପଣମାନେ ଡରାଇ ଦେଲେ । କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଜାହ୍ନବୀ ପାପାରାଜିଙ୍କୁ ଏକ ସ୍ମାଇଲ ଦେଇ ସେଠାରୁ ଚାଲି ଯାଇଥିଲେ । ଏହି ସମୟରେ ଜାହ୍ନବୀ ଏକ ବ୍ୟାଗି ଗ୍ରେ ଟି ସର୍ଟ, ବ୍ଲାକ ସର୍ଟସ ଓ ଚପଲ ପିନ୍ଧିଥିଲେ,ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉ୍‌ଥିଲେ । ପାପାରାଜିଙ୍କ ସହ ତାଙ୍କର ଛୋଟିଆ କଥାବାର୍ତ୍ତାର ଏକ ଭିଡିଓ ହୋଇଯାଇଥିଲା, ଯାହା ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ।

Leave A Reply

Your email address will not be published.