Latest Odisha News

୪୯ ବର୍ଷରେ କାଜୋଲ, ଧୁମ୍‌ଧାମ୍‌ରେ ପାଳିଲେ ଜନ୍ମଦିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଶନିବାର ୪୯ ବର୍ଷରେ ପାଦ ଦେଇଛନ୍ତି । ଏହି ଖାସ ଦିନକୁ ସେ ତାଙ୍କ ପରିବାର ସହ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କର ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକ ସାମିଲ ହୋଇଥିଲେ । ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି ଭାବିଥାନ୍ତି କାଜୋଲ । ଏଥିଲାଗି ସେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଫୋନ କରି ଡାକିଥାନ୍ତି । ସମସ୍ତ ସହ ସମୟ ବିତାଇବାକୁ ସେ ଭଲ ପାଆନ୍ତି ବୋଲି କାଜୋଲ କହିଛନ୍ତି ।

ଏପରି ଏକ ଭଲ ଦିନରେ କାଜୋଲ ଟ୍ରୋଲରମାନଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି । ତାଙ୍କୁ ଏବଂ ପରିବାରକୁ ନେଇ ଖରାପ ମନ୍ତବ୍ୟ ଦେଉଥିବା ଲୋକଙ୍କୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ । ତେଣୁ ସେମାନଙ୍କ କଥାର କୌଣସି ମୂଲ୍ୟ ନ ଥାଏ ବୋଲି କାଜୋଲ କହିଛନ୍ତି ।

ନିକଟରେ କାଜୋଲ ଲଷ୍ଟ ଷ୍ଟୋରିଜ-୨, ଦ ଟ୍ରାଏଲ ୱେବ୍ ସିରିଜରେ ନଜର ଆସିଥିଲେ । ଏଥିରେ ତାଙ୍କର ଚୁମ୍ବନ ଦୃଶ୍ୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ଅନେକ ସମାଲୋଚନା କରିଥିଲେ ।

Leave A Reply

Your email address will not be published.