Latest Odisha News

BREAKING NEWS

ହତ୍ୟା ଘଟଣାରେ ଢେଙ୍କାନାଳ ଜେଲ ୱାର୍ଡର ଗିରଫ

ଢେ଼ଙ୍କାନାଳ: ଢେ଼ଙ୍କାନାଳରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ ୱାର୍ଡର ବୈରାଗୀ ବାରିକ ସମେତ ଦୁଇ ଜଣ ଅପରାଧୀ ବାବାଜୀ ଷାଣ୍ଢ ଓ କାଳିଆ ମାଟିକୁ ପୋଲିସ ଗିରଫ କରିଛି । ୩ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଗିରଫ କରିବା ପରେ ଶନିବାର ଦିନ ସ୍ଥାନୀୟ ଅଦାଲତରେ ହାଜର କରାଯାଇଛି ।

ଟାଉନ ପୋଲିସ ଥାନାର ଆଇଆଇସି ଗୁଣରଞ୍ଜନ ସାମଲ କହିଛନ୍ତି, “ଯେତେବେଳେ ବାବାଜୀ ଓ କାଳିଆ ଜେଲରେ ଥିଲେ ୱାର୍ଡର ବୈରାଗୀ ସେମାନଙ୍କୁ ଡ୍ରଗ୍ସ ଯୋଗାଇ ଦେଉଥିଲେ । ମୃତକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସହ ମଧ୍ୟ ଜେଲ ୱାର୍ଡରଙ୍କ ସଂପର୍କ ଥିଲା । ୱାର୍ଡର ତାଙ୍କ ଠାରୁ ଟଙ୍କା ଉଧାର ଆଣୁଥିଲେ । ”

ଆଇଆଇସି ଏହା ବି କହିଛନ୍ତି କି, ବୁଧବାର ଦିନ ଏକ ଭୋଜିରେ ବାବାଜୀ ଓ କାଳିଆଙ୍କ ପୂର୍ଣ୍ଣଚନ୍ଦ୍ରଙ୍କ ସହ ବଚସା ହୋଇଥିଲା । ତା’ପରେ ବୈରାଗୀ ଉଭୟଙ୍କୁ ପୂର୍ଣ୍ଣଚନ୍ଦ୍ରଙ୍କ ହତ୍ୟା ପାଇଁ ଫୁସୁଲାଇଥିବା ଜଣାପଡିଛି ।

Leave A Reply

Your email address will not be published.