Latest Odisha News

BREAKING NEWS

୫୮ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ମହିଳା

ଯାଜପୁର: ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଏହା ପ୍ରମାଣ କରି ଦେଖାଇନ୍ତି ଯାଜପୁର ଜିଲ୍ଲା ବଡମଙ୍ଗଳପୁର ଗ୍ରାମର ୫୮ ବର୍ଷୀୟା ଅର୍ଚ୍ଚନା ଦାସ । ୪୨ ବର୍ଷ ପରେ ଅର୍ଚ୍ଚନା ପୁଣି ଥରେ ଉଚ୍ଚ ମାଧ୍ୟମିକ ପ୍ରମାଣପତ୍ର ପରୀକ୍ଷା ପାଇଁ ନାମ ଲେଖାଇଛନ୍ତି ।

ଦୁଇଟି ସନ୍ତାନଙ୍କ ଜନନୀ ଅର୍ଚ୍ଚନା ତାଙ୍କ ଶିକ୍ଷା ସମୟରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ଏବେ ତାଙ୍କର ଦୁଇ ଗ୍ରାଜୁଏଟ ସନ୍ତାନ ତାଙ୍କୁ ଆଉ ଥରେ ପରୀକ୍ଷା ଦେବା ପାଇଁ ଉତ୍ସାହିତ କରିଛନ୍ତି । ସେମାନେ ଏକ୍ସ-ରେଗୁଲାର ଛାତ୍ରୀ ଭାବେ ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ତାଙ୍କ ମାଆଙ୍କ ନାମ ଲେଖାଇଥିଲେ ।

ଅର୍ଚ୍ଚନା ଦାଶ କୁହନ୍ତି, “ମୁଁ ବାହା ହେଲା ପରେ ମୋତେ ପାଠପଢ଼ା ଛାଡିବାକୁ ପଡିଥିଲା । ନିତିଦିନିଆ ଘର କାମ ମଧ୍ୟରେ ମୋତେ ପାଠ ପଢ଼ିବାକୁ ସମୟ ମିଳୁନଥିଲା । କିନ୍ତୁ ଏବେ ମୋ ପିଲାଙ୍କ ଶିକ୍ଷାକୁ ଦେଖି ମୋତେ ମଧ୍ୟ ଅତିକମରେ ମାଟ୍ରିକ ପାସ କରିବାକୁ ଇଚ୍ଛା ହେଲା ।”

ଏହାପୂର୍ବରୁ ସେ ୧୯୭୮ ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିଲେ କିନ୍ତୁ ସେଥିରେ କୃତକାର୍ଯ୍ୟ ହୋଇପାରିନଥିଲେ । ତା’ପରେ ତାଙ୍କ ବିବାହ ହୋଇଥିଲା ଓ ସେ ପାଠପଢ଼ା ଜାରି ରଖି ପାରିନଥିଲେ ।

Leave A Reply

Your email address will not be published.