Latest Odisha News

BREAKING NEWS

ଡବିଂ କରୁଥିବା ବେଳେ ଚାଲିଗଲା ବରିଷ୍ଠ ଅଭିନେତାଙ୍କ ପ୍ରାଣବାୟୁ

ମୁମ୍ବାଇ: ଡବିଂ କରୁଥିବା ବେଳେ ଚାଲିଗଲା ତାମିଲର ବରିଷ୍ଠ ଅଭିନେତା ଜି ମାରିମୁଥଙ୍କ ପ୍ରାଣବାୟୁ । ସେ ସବୁଦିନ ଭଳି ଶୁକ୍ରବାର ସକାଳେ ଶୋ ପାଇଁ ଡବିଂ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ । ଫଳରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ତାମିଲ ଅଭିନେତା ଓ ନିର୍ଦ୍ଦେଶକ ଜି ମାରିମୁଥୁଙ୍କୁ ନିକଟରେ ରିଲିଜ୍ ହୋଇଥିବା ରାଜନୀକାନ୍ତଙ୍କ ସୁପରହିଟ ଫିଲ୍ମ ‘ଯବାନ’ରେ ନଜର ଆସିଥିଲେ । ଜି ମାରିମଥୁ ତାମିଲ ଟେଲିଭିଜନ ସିରିଜରେ ଏଥିରନିଚଲ ଭୂମିକା ପାଇଁ ଲୋକପ୍ରିୟତା ହାସଲ କରିଥିଲେ । ସେ ଅନେକ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଛନ୍ତି ।

Leave A Reply

Your email address will not be published.