Latest Odisha News

BREAKING NEWS

ଜେଲରଙ୍କ ମାଡରେ ଭାଙ୍ଗିଲା କଏଦୀଙ୍କ ହାତ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଜେଲର ଜଣେ କଏଦୀଙ୍କୁ ଜେଲର ମାଡ ମାରିଥିବା ଅଭିଯୋଗ ଆସିଛି । ଯାହା ଫଳରେ କଏଦୀଙ୍କ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଅବିନାଶ ବେହେରା ନାମକ କଏଦୀ ହତ୍ୟା ମାମଲାରେ ସମ୍ବଲପୁର ମଣ୍ଡଳ ଜେଲରେ ସଜା କାଟୁଛନ୍ତି । ଜେଲରେ ଅନ୍ୟ ଜଣେ କଏଦୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । କଏଦୀଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଯାଇ ଜେଣ ଅବିନାଶଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ । ଯଦ୍ୱାରା ଅବିନାଶଙ୍କ ହାତ ଭାଙ୍ଗି ଯାଇଛି । ଘଟଣା ପରେ ଆହତ କଏଦୀଙ୍କୁ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା ।

ତେବେ, ମାଡ ମାରିଥିବା ଘଟଣାକୁ ଜେଲର ସ୍ୱୀକାର କରିଛନ୍ତି । ସେ କହିଛନ୍ତି କି, କଏଦୀକୁ ସାଧାରଣ ଆଘାତ ଲାଗିଛିି ।

Comments are closed.