Latest Odisha News

BREAKING NEWS

କାରକୁ ଧକ୍କା ଦେଲା ବସ୍; ମହାକୁମ୍ଭ ଯାଉଥିବା ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୬ଆହତ

ରାଜସ୍ଥାନ: ଜୟପୁରରୁ ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ । ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା । ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ ଡିଭାଇଡର୍ ଭାଙ୍ଗି ଆଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ଆଠ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ଛଅ ଜଣ ଆହତ ହୋଇଛନ୍ତି।

ମୃତକମାନେ ଭିଲୱାଡାରୁ ମହାକୁମ୍ଭକୁ ବୁଡ ପକେଇବାକୁ ଯାଉଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି ।  ସମସ୍ତ ମୃତକ ପୁରୁଷ ବୋଲି ଜଣାପଡିଛି । ଏପଟେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ ଓ କାରକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସହ ଧକ୍କା ହେବା ପରେ କାରଟି ଭାଙ୍ଗି ଚୁରମାର୍ ହୋଇଯାଇଛି ।

 

 

 

Comments are closed.