Latest Odisha News

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଛି ବଡ ସଫଳତା । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜଣେ ଡାକ କର୍ମଚାରୀ ଗିରଫ ହୋଇଛି ।

ଗିରଫ ଡାକ କର୍ମଚାରୀର ପରିଚୟ ଭାରତ ଗୋଦାରା ବୋଲି ଜଣାପଡିଛି । ଜୟପୁର ରେଳବାଇ ଷ୍ଟେସନ ସ୍ଥିତ ପୋଷ୍ଟ ଅଫିସରେ ସହକାରୀ କର୍ମଚାରୀ ଭାବେ ସେ କାର୍ଯ୍ୟରତ ଥିଲା । ଗୁଇନ୍ଦା ରିପୋର୍ଟ ଅନୁସାରେ ବିଗତ ୬ ମାସ ଧରି ଅଭିଯୁକ୍ତ ଭାରତ ଆଇଏସ୍‌ଆଇକୁ ମୋଟା ଅଙ୍କର ଅର୍ଥ ବଦଳରେ ଗୁପ୍ତ ତଥ୍ୟ ପ୍ରେରଣ କରୁଥିଲା ।

ଭାରତୀୟ ସେନାର ଗୁରୁତ୍ବପୂର୍ଣ୍ଣ ତଥା ଗୁପ୍ତ କାଗଜପତ୍ରର ଫଟୋକୁ ନେଇ ଆଇଏସ୍‌ଆଇ ସହ ଭାରତ ଗୋଦାରା ଡିଲ୍ କରୁଥିଲା । ଭାରତୀୟ ମିଲିଟାରି ଇଣ୍ଟେଲିଜେନ୍ସ ଓ ରାଜସ୍ଥାନ ଗୁଇନ୍ଦା ବିଭାଗ ମିଳିତ ଭାବେ ୨୭ ବର୍ଷୀୟ ଭାରତ ସମେତ ତାର କିଛି ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ତଦନ୍ତ ଜାରି ରହିଥିଲାବେଳେ ଫୋନ୍ ବଦଳରେ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତ ଭାରତ ପାକସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ସହ ସମ୍ପର୍କ କରୁଥିଲା ।

Comments are closed.