Latest Odisha News

ଆସାମ ସାଧାରଣତନ୍ତ୍ର ପ୍ୟାରେଡ଼ ଶିବିରରେ ଜୟପୁରର ପି ବି ଇଶିତା ରାଜୁ

କୋରାପୁଟ: ଦଶ ଦିବସୀୟ ଜାତୀୟ ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ଼ ଅଭ୍ୟାସ ଓ ଚୟନ ଶିବିରରେ ଯୋଗଦେବେ ପି ବି ଇଶିତା ରାଜୁ। ଏଥିପାଇଁ ସେ ଆସାମ ଗସ୍ତ କରିଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ଶିକ୍ଷା ସମ୍ମାନର ଛାତ୍ରୀ ପି ବି ଇଶିତା ରାଜୁ। ଜାତୀୟ ସେବା ଯୋଜନା ଏନଏସଏସ ତରଫରୁ ଆସାମ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଏହି ଶିବିର ଅନୁଷ୍ଠିତ ହେବ। ଅକ୍ଟୋବର ୨୫ରୁ ନଭେମ୍ବର ୩ ପର୍ଯ୍ୟନ୍ତ ହେବ। ଇଶିତା ଜଣେ ଭଲ ଛାତ୍ରୀ, ସ୍ୱେଚ୍ଛାସେବୀ ସହ ନୃତ୍ୟ, ଅଭିନୟ ଓ ପ୍ୟାରେଡ଼ରେ ଉତ୍ତମ ପାରଦର୍ଶିତା ଦେଖାଇପାରିଛନ୍ତି।

BjdElectrycity

ପୂର୍ବରୁ ଇଶିତା ଚଳିତ ମାସ ୮ତାରିଖରେ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରି ରିପବ୍ଲିକ ଡ଼େ ସିଲେକ୍ସନ କ୍ୟାମ୍ପ ୨୦୨୧ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ମନୋନୀତ ହୋଇଥିଲେ। କୋରାପୁଟ ଜିଲ୍ଲାର ଏକ ମାତ୍ର ଏନଏସଏସ ସ୍ୱେଚ୍ଛାସେବୀଭାବେ ଆସାମ ଶିବିରରେ ଯୋଗଦେବାକୁ ଯାଉଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ମନୋରମା ଦେବୀ ଖୁସି ପ୍ରକାଶ କରିଛନ୍ତି।

ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ ମନୋରଞ୍ଜନ ପ୍ରଧାନ ତାଙ୍କ ପ୍ରଚେଷ୍ଟା ଓ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ବେହେରା ଓ ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣେଇଛନ୍ତି।

Leave A Reply

Your email address will not be published.