Latest Odisha News

BREAKING NEWS

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି ।

ଏନସିବିର ରିପୋର୍ଟ ଅନୁଯାୟୀ ଆର୍ଯ୍ୟନଙ୍କ ଫୋନ୍ ଚାଟିଂରୁ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲା । ୨୦୧୮-୧୯ରେ ଏକ ପପୁଲାର ଗେଟ ଟୁଗେଦର ପାର୍ଟିରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଦେଇଥିଲେ । ପୂର୍ବରୁ ଆର୍ଯ୍ୟନଙ୍କ ମୋବାଇଲ୍ ଫୋନ ଏନସିବି କବଜାରେ ଥିଲାବେଳେ ଗତକାଲି ଅନନ୍ୟାଙ୍କ ଲାପଟପ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି ।

ଗୋଆର କ୍ରୁଜ ସିପ୍ ରେଭ୍ ପାର୍ଟି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଗିରଫ ହୋଇଥିଲାବଳେ ଆସନ୍ତା ୨୬ ତାରିଖରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହେବ ।

Leave A Reply

Your email address will not be published.