Latest Odisha News

BREAKING NEWS

ଆଫଗାନିସ୍ତାନ ସ୍ଥିତି ଜଟିଳ, ଭାରତୀୟଙ୍କୁ ଫେରାଇ ଆଣିବାକୁ କରାଯିବ ସବୁ ପ୍ରକାର ଉଦ୍ୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତି ଜଟିଳ । ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ଥାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଏନେଇ କେନ୍ଦ୍ର ସୂଚନା ଦେଇଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ କରିଛନ୍ତି । ସାରା ବିଶ୍ବ ଆଫଗାନ୍‌ ସ୍ଥିତି ଉପରେ ନଜର ରଖିଛି । ଭାରତ ମଧ୍ୟ ଏଭଳି ସ୍ଥିତି ଉପରେ କଡ଼ା ନଜର ରଖିଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ସର୍ବଦଳୀୟ ବୈଠକରେ ଆଫଗାନିସ୍ଥାନ ସ୍ଥିତି ନେଇ ମାନସ ମନ୍ଥନ ହୋଇଛି । ସେଠାରେ କେତେ ଭାରତୀୟ ଫସିଛନ୍ତି । କେତେ ଜଣଙ୍କୁ କେବେ ଓ କେମିତି ଉଦ୍ଧାର କରାଯାଇଛି, ସେନେଇ ବୈଠକରେ ସୂଚନା ଦିଆଯାଇଛି । ଏଥିସହ ଆମେରିକା, ଋଷିଆ ଓ ଚୀନ୍‌ ପକ୍ଷରୁ ନାଗରିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମ ନେଇ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍‌ ଦେବୀ ଶକ୍ତି ଜରିଆରେ ଭାରତୀୟ ଓ ଆଫଗାନିସ୍ତାନ ନାଗରିକଙ୍କୁ ଭାରତ ଅଣାଯାଉଛି । ଏପର୍ଯ୍ୟନ୍ତ ୮ଶହରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ଅଣାଯାଇଛି । ସେପଟେ ଦେଶ ହିତ ପାଇଁ ସରକାରଙ୍କ ସବୁ ନିଷ୍ପତ୍ତିକୁ ସମର୍ଥନ କରିବାକୁ କଂଗ୍ରେସ କହିଛି । ବୈଦେଶିକ ନୀତି ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆଫଗାନ ସହ କିପରି କୁଟନୈତିକ ସଂପର୍କ ଭଲ ରହିବ ସେନେଇ କଂଗ୍ରେସ ପ୍ରସ୍ତାବ ଦେଇଛି ।

Leave A Reply

Your email address will not be published.