Latest Odisha News

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ ପୂଜା କମିଟିକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ପୂଜା ପାଳନଠାରୁ ଜନସ୍ୱାସ୍ଥ୍ୟ ରକ୍ଷା ଆଗ ,ପୂଜା ବିଦ୍ଧି ହେଉ ,ଲୋକମାନେ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ରୋଠାର କହିଥିଲେ।

ସମସ୍ତ ପୂଜା କମିଟି ସଦସ୍ୟମାନେ ଜଲ୍ଲାପାଳଙ୍କୁ ଏନେଇ ପ୍ରଶଂସା କରିଛନ୍ତି। ପୂଜା ମଣ୍ଡପର ୩ ପାଖ ଆବଦ୍ଧ ରହିବ ଓ ଗୋଟିଏ ପାଖ ଖୋଲା ରହିବ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ବାଜା, ବାଣ ଓ ମାଇକ ବାଜିବା ଉପରେ ରୋକ ଲଗାଯାଇଛି ।

ଶାନ୍ତି କମିଟିର ସଭାପତି ତଥା ବିଧାୟକଙ୍କ ପ୍ରତିନିଧି କାର୍ଣ୍ଣାଟ କେଶରୀ ଦାସ ସବୁ କୋଭିଡ ନିୟମକୁ ପାଳନ କରି ପୂଜା କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଜଣାଇଥିଲେ । । ଶେଷରେ କିଆନାଳୀ ବ୍ଲକ ପୂଜା କମିଟିର ଦିବ୍ୟଗତ ସଭ୍ୟ ସ୍ୱର୍ଗତ ଦେବେନ୍ଦ୍ର କୁମାର ମିଶ୍ର ଏବଂ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ଦିବଂଗତ ସଭ୍ୟ ସ୍ୱର୍ଗତ ବାବାଜୀ ଚରଣ ସାହଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.