ଯାଜପୁର: କରୋନା ସଂକ୍ରମିତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାରେ ଦୁଇ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦ୍ୱିଶତ ମାରିଛି ପଜିଟିଭ୍ କେସ୍ । ଦୁଇ ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କେବେ ଶତକ ଛୁଇଁ ନଥିଲା ।
ନୂଆ ଆକ୍ରାନ୍ତଙ୍କ ମିଶାଇ ଯାଜପୁର ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୪୨ କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୪୫୦ । ସୁସ୍ଥ ହୋଇ ଘରକୁ ଫେରିଲେଣି ୧ ହଜାର ୫୮୭ ଆକ୍ରାନ୍ତ । ୪ ମୁଣ୍ଡ ନେଇଛି କରୋନା ।
ଏପ୍ରିଲ ୨୦ ତାରିଖରେ ଯାଜପୁର ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍ କେସ୍ ସାମନାକୁ ଆସିଥିଲା ।